ଓଡିଶା

ପାଖେଇ ଆସୁଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା,ଚଳଚଞ୍ଚଳ ଗାଁ ଠୁ ସହର

ପାଖେଇ ଆସୁଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପାର୍ବଣ ଋତୁର ଆରମ୍ଭ ହେବ ଗଣେଶ ପୂଜାରୁ।ଆଉ ଏହାକୁ ନେଇ ଚଳଚଂଚଳ ଗାଁ ଠୁ ସହର। ରାଜଧାନୀରେ ଏବେ ପୂଜା ପେଣ୍ଡାଲର ସଜବାଜ ସାଙ୍ଗକୁ କାରୀଗର ମାନଙ୍କ ହାତକୁ ଆଉ ତର ନାହିଁ।

ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଥିମ ଓ ଉଚ୍ଚତାକୁ  ନଜରରେ ରଖି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ପ୍ରସ୍ତୁତ କରୁଥିବା ବେଳେ, ପ୍ରତିଯୋଗିତା ମୂଳକ ଭାବେ ପେଣ୍ଡାଲ ଗୁଡ଼ିକରେ ମଧ୍ୟ ଚାଳିଛି ଜୋରସୋର ପ୍ରସ୍ତୁତି l ଆଖଣ୍ଡଳମଣି ସେବା ସାଂସଦ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ଚଳିତ ଥର ୫୬ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଉଥିବା ବେଳେ ବିଶ୍ଵଧାରୀ ରୂପରେ ସାମ୍ନାକୁ ଆସିବେ ପ୍ରଭୁ ଗଜାନନ l ଚଳିତ ଥର ବଜେଟ ୩୦ ଲକ୍ଷ ରଖାଯାଇଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ପାଇଁ ନାମୀଦାମୀ କଳାକାର ମାନେ ମଧ୍ୟ ସାମିଲ ହେବେ ଏଥିସହ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ସେହିଭଳି  ପଟିଆ ଠାରେ ମଧ୍ୟ ବିଶାଳ ଗଣେଷ ମୂର୍ତ୍ତି ପ୍ରସ୍ତୁତି କରଯାଇଛି ,  ୪୫ ଫୁଟ ର ଗଣେଶ ମୂର୍ତ୍ତୀ  ପ୍ରସ୍ତୁତ କରାଯାଉଥିବା ବେଳେ ଧନୁର୍ଧରି ବେଶରେ ସାମ୍ନାକୁ ଆସିବେ ଗଜାନନ ଓ ଦୀର୍ଘ ୭ ଦିନ ଧରି ଜାରି ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ l

ଏଥିସହ ଭୁବନେଶ୍ୱର ର ଅନ୍ୟ ଏକ ଚର୍ଚ୍ଚିତ ପେଣ୍ଡାଲ ହେଉଛି ସହିଦନଗର ର ୱିନର ଆସୋସିଏସନ୍ l ଚଳିତ ଥର ୱିନର ଆସୋସିଏସନ ପକ୍ଷରୁ ୨୩ ଲକ୍ଷ ବଜେଟ ରେ ପ୍ରସ୍ତୁତ ହେଉଛି ଗଜନନଙ୍କ ମୂର୍ତ୍ତି l ସୁରକ୍ଷା ଦୃଷ୍ଟି ରୁ ଏଠାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ତେବେ ଆଉ ପୂଜାକୁ ହାତ ଗଣତି ଦିନ କେଇଟା ରହିଥିବା ବେଳେ ଜୋରସୋର ରେ ଜାରି ରହିଛି ପ୍ରସ୍ତୁତି l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button