ଦେଶ ବିଦେଶ

ମୁହାଁମୁହିଁ ଚୀନ ଆମେରିକା

ଚୀନ ରାଷ୍ଟ୍ରପତି ସି ଜନପିଙ୍ଗଙ୍କ ମହତ୍ବାକାଂକ୍ଷା ପୂରଣ ଦିଗରେ ଆଗଭର ସେନା। ନିଜର ବିସ୍ତାରବାଦ ମନସା ପୂରଣ କରିବାକୁ ତାଇବାନକୁ ଚାରିଆଡୁ ଚୀନ ସେନାର ଘେରାବନ୍ଦୀ। ଯୁଦ୍ଧ ପ୍ରସ୍ତୁତିରେ ଥିବା ସେନା ୱାରଟାଇମ ଲ ଲାଗୁ କରିବାକୁ କରୁଛି ଦାବି।  ଏହାକୁ ନେଇ ଉତ୍‌କ୍ଷିପ୍ତ ଆମେରିକା। ସେପଟେ ଆମେରିକା ସହ ଜାରି ଶୀତଳ ଯୁଦ୍ଧ ଭିତରେ ଚୀନର ସାମ୍ପ୍ରତିକ ପଦକ୍ଷେପ ଏହି ଉତ୍ତେଜନାରେ ଘିଅ ପରି କାମ କରୁଛି, ଯାହାକୁ ନେଇ ଆମେରିକା ତାଇବାନ ସୀମାରେ ଚୀନ ଜାହାଜ ନଷ୍ଟ କରିବାକୁ ଦେଉଛି ପ୍ରସ୍ତାବ।

ତାଇବାନକୁ ନେଇ ଯୁଦ୍ଧ ସ୍ଥିତି। ଏହାରି ଭିତରେ ଚୀନ ତାଇବାନ ଉପରେ ସମ୍ପ୍ରଭୂତା ହାସଲ କରିବାକୁ ତଥା ଯୁଦ୍ଧରେ ବିଜୟ ପାଇଁ ଆପଣାଉଛି ନାନା ନୀତି ଓ ପଦକ୍ଷେପ। ପୁଣି ପ୍ରଶାନ୍ତ ମହାସାଗରରେ ଦେଖାଦେଇଛି ଉତ୍ତେଜନା। ତାଇବାନକୁ ଘେରି ରହିଛି ଚୀନର ଯୁଦ୍ଧ ଜାହାଜ। ଗତ ବର୍ଷ ଆମେରିକାର ପୂର୍ବତନ ସ୍ପୋକ୍ସ ପର୍ସନ ନୈସି ପେଲୋସି  ଯେତେବେଳେ ତାଇବାନ ଗସ୍ତ କରିଥିଲେ, ଏଥିରେ କ୍ରୋଧିତ ଚୀନ ତାଇବାନକୁ ଚାରି ପଟରୁ ଘେରାବନ୍ଦୀ କରିଥିଲା। କାରଣ ଚୀନ ତାଇବାନକୁ ନିଜର ଅଂଶ ଭାବେ ଦାବି କରି ଆସୁଛି ଓ ସେଠାରେ ଆମେରିକାର ଉପସ୍ଥିତି ଚୀନକୁ ହଜମ ହୋଇନଥିଲା। ସେବେଠାରୁ ତାଇବାନର ପୂର୍ବତଟରେ ଚୀନ ଯୁଦ୍ଧ ଜାହାଜ ମୁତୟନ ହୋଇଆସୁଛି। ଫଳରେ ତାଇବାନର ରାସ୍ତା ଅବରୋଧ ହୋଇ ରହିଛି। ସେହିପରି ଅନେକ ସମୟରେ ତାଇବାନ ବାୟୁସେନାରେ ଚୀନ ଯୁଦ୍ଧ ଜାହାଜ ପ୍ରବେଶ କରି ତାଇବାନର ସୁରକ୍ଷା ପ୍ରତି ସୃଷ୍ଟି କରୁଛି ବିପଦ। ଚୀନର ତାଇବାନକୁ ନେଇ ଆଭିମୁଖ୍ୟକୁ ଦେଖି ଆମେରିକା ତାଇବାନକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଭରସା ଦେଇଛି। ତାଇବାନକୁ ଘେରାବନ୍ଦୀ କରି ରଖିଥିବା ଚାଇନା ଜାହାଜକୁ ସମୁଦ୍ରରେ ବୁଡାଇବାକୁ ପରାମର୍ଶ ଦେଲେଣି ଆମେରିକୀୟ ଉଚ୍ଚାଧିକାରୀ। ୟୁଏସ ପାସିଫିକ ଏୟାର ଫୋର୍ସର କାମଣ୍ଡର ଜେନେରାଲ କେନେଥ ବିଲବେକ କୋଲୋରାଡୋରେ ଅନୁଷ୍ଠିତ ଏୟାର ଆଣ୍ଡ ସ୍ପେସ ଫୋର୍ସେସ ଆସୋସିଏସନ ୱାରଫେୟାର କାର୍ଯ୍ୟକ୍ରମରେ ଏହି ପରାମର୍ଶ ଦେଇଛନ୍ତି। ବିଲବେକ କହିଛନ୍ତି କି, ଯୁଦ୍ଧାସ୍ତ୍ର ସମ୍ପନ୍ନ ଡ୍ରୋନ ଓ ବି୨୧ ରେଡର ହତିଆର ସହାୟତାରେ ଏହି ମିଶନକୁ ସଫଳ କରାଯାଇ ପାରେ। ସେହିପରି ଆମେରିକା ଜେନେରାଲ ଆହୁରି ଦାବି କରିଛନ୍ତି କି, ତାଇବାନକୁ ଘେରି ରହିଥିବା ଚୀନର ଜାହାଜ ସବୁ ମିସାଇଲରେ ସମୃଦ୍ଧ। ଯେଉଁଥିରେ କୌଣସି ଯୁଦ୍ଧ ବିମାନକୁ ଲକ୍ଷ୍ୟବେଦ କରାଯାଇ ପାରେ। ତେଣୁ ଚୀନର ଏହି ଯୁଦ୍ଧାଭିଳାଶାକୁ ଦେଖି ଆମେରିକା ତାର ସହଯୋଗୀ ଦେଶସବୁ ସହ ଯୁଦ୍ଧାଭ୍ୟାସ କରିବାର ଆବଶ୍ୟକତା ରହିଛି।

ଚୀନ- ତାଇବାନ ବିବାଦ ଦୀର୍ଘ ଦିନରୁ ଲାଗି ରହିଛି। ଏବେ ତାଇବାନ ସହ ଆମେରିକା ସେନାର ସମରାଭ୍ୟାସ ଡ୍ରାଗନକୁ ଆହୁରି ଉତ୍ତେଜିତ କରୁଛି। ଯାହାକୁ ନେଇ ଆମେରିକାରୁ ଖୋଲା ଚେତାବନୀ ଦେବାକୁ ପଛାଉନି ଡ୍ରାଗନ। ନିକଟରେ ଚୀନ ବିଦେଶ ମନ୍ତ୍ରୀ ଛିନ କାଙ୍ଗ ଆମେରିକାକୁ ସିଧା ଚେତାବନୀ ଦେଇ କହିଥିଲେ କି, ଯଦି ୱାସିଂଟନ ବେଜିଂ ସହ ପୂର୍ବ ସମ୍ବନ୍ଧକୁ ଆଖିରେ ରଖି ନିଜ ବ୍ୟବହାରରେ ପରିବର୍ତ୍ତନ ନ କରେ ତେବେ ବିବାଦ ଆହୁରି ବଢିବ ଓ ସଂଘର୍ଷକୁ ଏଡାଇ ଦିଆଯାଇ ପାରିବ ନାହିଁ । କାଙ୍ଗଙ୍କର ଏହି ବୟାନ ତାଇବାନ ବିବାଦ, କୋଭିଡ-୧୯ ଓ ୟୁକ୍ରେନ ଋଷ ଯୁଦ୍ଧକୁ ନେଇ ଆସିଛି। କାଙ୍ଗ କହିଥିଲେ କି, ଏପରି ପ୍ରତିସ୍ପର୍ଧା ଦାୟିତ୍ବହୀନ ଜୁଆ ଖେଳ ପରି, ଯେଉଁଥିରେ ଦୁଇ ଦେଶର ନାଗରିକଙ୍କ ହିତ ଓ ମାନବିକତାର ଭବିଷ୍ୟତ ନଷ୍ଟ ହୋଇଯିବ। ସେହିପରି ଚୀନ ବିଦେଶ ମନ୍ତ୍ରୀ ମଙ୍ଗଳବାର ବିଧାନସଭାର ବାର୍ଷିକ ବୈଠକକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ୱାସିଂଟନର ଚୀନ ନୀତି ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ ହୋଇଛି। ଯଦି ଆମେରିକା ତାର ଏହି ନୀତିରେ ପରିବର୍ତ୍ତନ ନ ଆଣିବ ତେବେ ଯୁଦ୍ଧ ଅବସମ୍ଭାବୀ। ସେହିପରି ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଆମେରିକାର କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମେରିକା ପଶ୍ଚିମ ରାଷ୍ଟ୍ରସମୂହର ନେତୃତ୍ବ ନେଇ ଚୀନର ପ୍ରଗତି ପଥେ ଅଦ୍ଭୂତପୂର୍ବ ଚ୍ୟାଲେଞ୍ଜ ଠିଆ କରୁଛି ବୋଲି ଜିନପିଙ୍ଗ କହିଥିବା ସାଉଥ ଚାଇନା ମୋର୍ନିଂ ପୋଷ୍ଟ ଖବର ସୂତ୍ରରୁ ପ୍ରକାଶ।

ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମଧ୍ୟରେ ରଣ ହୁଙ୍କାର ଭିତରେ ତୃତୀୟ ଥର ପାଇଁ ଜିନପିଙ୍ଗ ରାଷ୍ଟ୍ରପତି ହୋଇଛନ୍ତି। ଖାଲି ଏତିକି ନୁହେଁ ସେନାକୁ ଆହୁରି କ୍ଷମତାଶାଳୀ କରିବାକୁ ୱାରଟାଇମ ଲ ଆଣିବାକୁ ସେନା ଦାବି କରିଛି। ସେପଟେ ଅକ୍ଟୋବରରେ ଶେଷ ହେଉଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟକାଳ ପରେ ପରବର୍ତ୍ତୀ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଜିନପିଙ୍ଗ ତାଙ୍କ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ସି ସାଙ୍ଗଫୁଙ୍କ ନାମ ଘୋଷଣା କରିଛନ୍ତି। ଯାହା ଚୀନ ଆମେରିକା ମଧ୍ୟରେ ଜାରି ତିକ୍ତତାକୁ ଆହୁରି ବଢାଇ ଦେବ ବୋଲି କୁହାଯାଉଛି। କାରଣ ୬୫ ବର୍ଷୀୟ ଜେନେରାଲ ସାଙ୍ଗଫୁଙ୍କ ଉପରେ ୨୦୧୮ରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା। ଯାହାର ଫଳ ସ୍ବରୂପ ସେ ଆମେରିକାରେ କୌଣସି ବି ପ୍ରକ୍ରିୟାରେ ଭାଗ ନେଇ ପାରିବେ ନାହିଁ। ସାଙ୍ଗଫୁ ୨୦୧୫ରେ ସେନାର ଷ୍ଟ୍ରାଟେଜି ସପୋର୍ଟ ଫୋର୍ସରେ ସାମିଲ ହୋଇଥିଲେ ଓ ସେ ଋଷରୁ ଏସ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଓ ସୁଖାଇ-୩୫ କମ୍ବେଟ ଏୟାରକ୍ରାଫ୍ଟ କଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button