ସ୍ୱାସ୍ଥ୍ୟ

Thyroid ର ଏହି ଲକ୍ଷଣ ଯାହା ଆପଣ କରି ଦିଅନ୍ତି ନଜରଅନ୍ଦାଜ ! ନେଇପାରେ ଆପଣଙ୍କ ଜୀବନ

ଶରୀରରେ ଥିବା ମୋଟାପା ଶରୀର ରେ ବିଭିନ୍ନ ପ୍ରକାରର ରୋଗ କୁ ସୃଷ୍ଟି କରିଥାଏ । ସେଥି ମଧ୍ୟରୁ ଥାଇରଡ ହେଉଛି ଅନ୍ୟତମ । ଆମ ଦେଶ ରେ ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନେ କି ଦୀର୍ଘ ଦିନ ରୁ ଏହି ଥାଇରଡ ଜନିତ ସମସ୍ଯା ରେ ଗ୍ରସ୍ତ ହୋଇ ପୀଡା ରୋଗ କରୁଛନ୍ତି । ବନ୍ଧୁଗଣ ରୋଗ ଯାହା ହେଉ ନା କାହିଁକି ଯଦି ସମୟ ପୂର୍ବରୁ ସେହି ରୋଗ ର ଲକ୍ଷଣ ଗୁଡିକୁ ଚିହ୍ନି ତାହାର ଚିକିତ୍ସା ଆରମ୍ଭ କରି ଦିଆଯାଏ, ତେବେ ସେହି ରୋଗ ବଢିବା ପରିବର୍ତ୍ତେ ମୂଳ ରୁ ଶେଷ ହୋଇ ଯାଇଥାଏ ।

 

ଅନେକ ଥର ରୋଗ ର ଲକ୍ଷଣ ଗୁଡିକ ଅନେକ ଲୋକ ଚିହ୍ନି ପରି ନଥାନ୍ତି । ଏହା କାରଣ ରୁ ରୋଗ ରେ ଗ୍ରସ୍ତ ହୋଇ ଅନେକ କଷ୍ଟ ଭୋଗ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ ବିଷୟ ଯାହା ସାହାର୍ଯ୍ୟ ରେ ଆପଣ ଥାଇରଡ ର ଲକ୍ଷଣ ଗୁଡିକୁ ରୁ ହିଁ ତାହାକୁ ଚିହ୍ନି ପାରିବେ ।

ବନ୍ଧୁଗଣ ଯଦି ଆପଣ ଙ୍କର ଥାଇରଡ ଆବଶ୍ୟକ ରୁ ଅଧିକ କାମ କରେ ତେବେ ଏହାର ଅର୍ଥ ଆପଣ ଙ୍କୁ ହାଇପର ଥାଇରଡଜିମ ଅଛି । ଏହି ସ୍ଥିତି ରେ ଆପଣ ଙ୍କ ଶରୀରରୁ ଝାଳ ଅଧିକ ମାତ୍ରା ରେ ବାହାରିବାର ଦେଖା ଦେଇଥାଏ । ଅତ୍ୟାଧିକ ଗରମ ଅନୁଭବ ହୁଏ । ଆପଣ ଙ୍କର ଓଜନ ମଧ୍ୟ କମି ଯିବ ।

 

ତାହାସହ ଆପଣ ଙ୍କର ଛାତି ର ସ୍ପନ୍ଦନ ମଧ୍ୟ ଖୁବ ଅଧିକ ବଢିଯିବ । ଯାଇଦ ଆପଣ ଙ୍କର ଥାଇରଡ ଆବଶ୍ୟକ ରୁ କମ କାମ କରିଥାଏ, ତେବେ ଆପଣ ଙ୍କୁ ଅତ୍ୟଧିକ ଥଣ୍ଡା ଲାଗିବ । ଓଜନ ବୃଦ୍ଧି ହେବାକୁ ଲାଗିବ । ଏହାସହ ହୃଦୟ ର ସ୍ପନ୍ଦନ ମଧ୍ୟ କମି ଯିବ । ଥାଇରଡ ଲକ୍ଷଣ ରେ ପ୍ରଥମେ ସବୁବେଳେ ଦେଖାଯାଏ ମସ୍ତିସ୍କ ଠିକ ଭାବରେ କାମ କରି ନଥାଏ ।

ଆପଣ କୌଣସି ଜିନିଷ ଉପରେ ନିଜର ଫୋକୋସ କୁ କେନ୍ଦ୍ରୀଭୂତ କରି ପରିବେନି । ଦ୍ଵିତୀୟ ରେ ମୁଡ ବାରମ୍ବାର ବଦଳିବାର ମଧ୍ୟ ଦେଖା ଯାଇଥାଏ । ଝିଅ ମାନଙ୍କ ରେ ମାସିକ ଋତୁଚକ୍ର ରେ ସମସ୍ଯା ଉତ୍ପନ୍ନ ହୁଏ । ଦ୍ରୁଷ୍ଟି ଶକ୍ତି ମଧ୍ୟ କ୍ଷୀଣ ହୋଇଯାଏ । ଆଖିରେ ସବୁକିଛି ଝାପସା ଝାପସା ଦେଖାଯାଏ । ତାହାସହ ହାତ ରେ କାର୍ପେଲ ଟର୍ନଲସିଣ୍ଡ୍ରୋମ ଜନିତ ସମସ୍ଯା ମଧ୍ୟ ଦେଖା ଦେଇଥାଏ । ତାହାସହ ଖାଦ୍ଯ ରେ ମଧ୍ୟ ସ୍ଵାଦ ଠିକ ଭାବରେ ଜଣା ପଡି ନଥାଏ ।

 

ତାହା ସହ କେଶ ବହୁଳ ମାତ୍ରା ରେ ଝଡିବା ଦେଖା ଦେଇଥାଏ । ତେନମୁ ବନ୍ଧୁଗଣ ଏହି ଲକ୍ଷଣ ମାନ ଦେଖା ଗଲେ ଯଥା ଶୀଘ୍ର ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button