ମେଷ ରାଶି ବ୍ୟକ୍ତିବିଶେଷଙ୍କ କଟୁ ସତ୍ୟ ! ଶିକ୍ଷା, କ୍ଯାରିଅର, ଧନ, ପ୍ରେମ, ପାରିବାରିକ ଜୀବନ ସଂପୂର୍ଣ୍ଣ ତଥ୍ୟ ଜାଣନ୍ତୁ…
12 ଗୋଟି ରାଶି ମାନଙ୍କ ମଧ୍ୟରୁ ମେଷ ରାଶି ଅନ୍ୟତମ । ତେବେ ଆଜି ଆମେ ଆପଣଙ୍କୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ଵ, କ୍ଯାରିଅର, ପ୍ରେମ, ସ୍ଵାସ୍ଥ ଏ ସମସ୍ତ ବିଷୟରେ ସଂପୂର୍ଣ୍ଣ ରୂପେ ବିବରଣୀ ଦେବୁ । ମେଷ ରାଶିର ଲୋକ ଆତ୍ମବିଶ୍ୱାସ, ସ୍ୱାଧୀନ ଏବଂ ଉତ୍ସାହରେ ପରିପୂର୍ଣ୍ଣ । ମେଷ ରାଶିର ବ୍ୟକ୍ତି ମାନଙ୍କ ରୋଗ ହେଉଛି ଉଦର୍ ରୋଗ ,ଜ୍ଵର ହେବା , କଫ, ଇତ୍ୟାଦି ।
ମେଷ ରାଶିର ଲୋକ ଦେଖିବାକୁ ଆଟ୍ରାକଟିଭ ହୋଇଥାନ୍ତି । ସର୍ବଦା ଆକର୍ଷଣର କେନ୍ଦ୍ର ବିନ୍ଦୁ ପଲଟିଥାନ୍ତି । ଏମାନଙ୍କ ଶରୀର ଗଠନ ଏପରି ହୋଇଥାଏ ଯେ,ଯେ କୌଣସି ବ୍ୟକ୍ତି ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ତେବେ ପାଠ ପଢା ପାଇଁ ସେମାନେ ନିଜ ଭବିଷ୍ୟତ କୁ ନେଇ ବହୁତ ସଚେତନ ମଧ୍ୟ ହୋଇଥାନ୍ତି । ଜିବନରେ ବହୁତ ସଂଘର୍ଷ ହେଲେ ମଧ୍ୟ ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାନ୍ତି ।
ବିଳମ୍ବରେ ହେଉ ପଛେ ସଫଳତା ଏମାନଙ୍କୁ ନିହାତି ମିଳିଥାଏ । ଯଦି ଏମାନଙ୍କ ପ୍ରେମ ବିଷୟରେ କହିବାକୁ ଯିବା । ତେବେ ଏହି ରାଶିର ବ୍ୟକ୍ତି ମାନେ ପ୍ରେମକୁ ବହୁତ ଗୁରୁତ୍ବ ଦେଇଥାନ୍ତି । ଏମାନେ ସର୍ବଦା ସୁନ୍ଦରତାକୁ ପସନ୍ଦ କରିଥାଆନ୍ତି ଏବଂ ନିଜେ ମଧ୍ୟ ଏହି ଶ୍ରେଣୀରେ ଆସନ୍ତି ।
ତେବେ ସାଧାରଣତଃ ମେଷ ରାଶିକୁ ତିନି ଭାଗରେ ବିଭକ୍ତ କରା ଜାଇଥାଏ ୧/୧ ଅଶ୍ୱନୀ ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦେବଗଣ ଏମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ଅଟନ୍ତି । ଏମାନେ ଅଲ୍ପ ଆହାର ଅତ୍ୟନ୍ତ ପଣ୍ଡିତ ଧାର୍ମିକ ଏବଂ ନିୟମ ର ବଶବର୍ତି ହୋଇ ସବୁ କାମ କରିଥାନ୍ତି । ୨/୧ ଦ୍ୱଜା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ମାନବ ଗଣ ଏମାନେ ରାଜଶ୍ୱୀକ ଭକ୍ତିରେ ପ୍ରିୟ ହୋଇଥାନ୍ତି ।
ଏମାନେ ମାନୀ ଧାର୍ମିକ, ବିସ୍ତୃତ ନାମା, ଲକ୍ଷ୍ୟ ଭେଦା ଏବଂ ପୋଡଶୀଙ୍କର ପ୍ରିୟ ହୋଇଥାନ୍ତି । ସେହି ପରି ୩/୧ କୃତିକା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦାନବ ଗଣ ଏମାନେ ନାନାଦି ଦେବତାରେ ଭକ୍ତି ରଖନ୍ତି । ଧାତୁ ହେଉଛି ତାମ୍ର, ଶୁଭ ବର୍ଣ୍ଣ ହେଉଛି ଲାଲ ରଙ୍ଗ । ଆପଣଙ୍କ ପାଇଁ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଗଣେଶ ଏବଂ ଭଗବାନ ହନୁମାନ ।