ଦେଶ ବିଦେଶ

ପୁଣି ବିବାଦରେ ଡିଜି, ଡିଆଇଜି ଆଣିଲେ ଗମ୍ଭୀର ଅଭିଯୋଗ – Utkal Mail


ନୂଆଦିଲ୍ଲୀ: ବିହାରର ହୋମଗାର୍ଡ ଓ ଫାୟର ସର୍ଭିସେଜର ଡିଜି ଶୋଭା ଓହଟକର ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।  ଚଳିତଥର ଡିଜି ଶୋଭା ଓହଟକରଙ୍କ ନିଜ ବିଭାଗର ଡିଆଇଜି ଅନୁସୂୟା ରଣାସିଂହ ଅଭିଯୋଗ କରି କହିଛନ୍ତି କି, ‘ତାଙ୍କୁ ଡିଜି ଶୋଭା ଓହଟକର ନିର୍ଯାତନ‌ା ଦେଉଛନ୍ତି।’

ତେବେ ଶୋଭା ଓହଟକରଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ ଏହା ପୂର୍ବରୁ ଏମିତି ଅଭିଯୋଗ ଛଅମାସ ପୂର୍ବରୁ ବି ହୋଇଥିଲା। ଶୋଭାଙ୍କ ବିରୋଧରେ ଡିଆଇଜି ବିକାଶ ବୈଭବ ଓ ଅନେକ ଅଧିକାରୀ ନିଜନିଜର ବଦଳି ସମୟରେ ଡିଜିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଆଉ କହିଥିଲେ, ‘ଡିଜି ଶୋଭା ଓହଟକରଙ୍କ ଦ୍ବାରା ଅନେକ ଥର ନିର୍ଯାତନାର ଶିକ‌ାର ହୋଇଛୁ।’

ଡିଆଇଜି ଅନୁସୂୟା ସିଂହ ଏହି ଘଟଣାକୁ  ନେଇ ଏକ ଚିଠି ଲେଖିଛନ୍ତି। ଆଉ ଏହି ଚିଠିର କପି ମୁଖ୍ୟ ସଚିବ ଓ ଆଡିସନାଲ ଚିଫ ସେକ୍ରେଟରିଙ୍କୁ ପଠାଇଛନ୍ତି। ଏହି ଚିଠିରେ ସେ ନିଜ ଜୀବନ ପ୍ରତି ବିପଦ ଥିବା କଥା ବି ଉଲ୍ଲେଖ କରିଛନ୍ତି।

ଏହି ଚିଠି ପାଇବା ପରେ ଆଇପିଏସ ଅଧକାରୀ ଦାବି କରିଥିଲେ କି, ଯେତେବେଳେ ରାଜ୍ୟ ସରକାର ଫାୟର ସର୍ଭିସେଜରେ ବ୍ୟବହାର କରିବା ପାଇଁ ୧୩୮ଟି ଗାଡ଼ି କ୍ରୟ କରିବାର ଟେଣ୍ଡର ବାହାର କରିଥିଲେ ସେଥିରେ ସ୍ପଷ୍ଟ ଭାବେ ଦୁର୍ନୀତି ଚାଲିଥିଲା। ଯେତେବେଳେ ମୋତେ ଏହି ଘଟଣାର ସମୀକ୍ଷା ପାଇଁ ଦାୟିତ୍ବ ଦିଆଯାଇଥିଲା ମୁଁ ଡିଜିଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି କାରଣ ସେ ଛୁଟିରେ ଥିଲେ।

ତେବେ ଡିଜି ଶୋଭାଙ୍କ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ ମୁଁ ରାଜ୍ୟ ଅର୍ଥମନ୍ତ୍ରୀ ଓ ନୋଡଲ ଅଧିକାରୀଙ୍କୁ ସମ୍ପର୍କ କରିଥିଲି।  ଏହାପରେ ମୁଁ ଜାଣିବାକୁ ପାଇଲି କି ଏହି ଟେଣ୍ଡରରେ ସାଢ଼େଛଅ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ଘଟଣାପରେ ଡିଜି ମୋ ଉପରେ ବିରକ୍ତ ହୋଇ ମୋତେ ମାନସିକ ନିର୍ଯାତନା ଦେବା ସହିତ ଅନେକ ଗାଳିଗୁଲଜ କରି ଅପମାନିତ କରିଥିଲେ। ଯାହାକୁ ସହ୍ୟ କରି ନପାରି ମୁଁ ଚେତା ବି ଥରେ ହରେଇ ଦେଇଥିଲି। ଚିକିତ୍ସା ପରେ ସୁସ୍ଥ ହୋଇଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button