ଦେଶ ବିଦେଶ

ଦୁଷ୍କର୍ମ ଓ ହତ୍ୟାକୁ ଅଭିଯୁକ୍ତର ଅସ୍ବୀକାର; ପଲିଗ୍ରାଫ୍ ଟେଷ୍ଟରେ ମତ ବଦଳାଇଲା ସଞ୍ଜୟ ରୟ

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ୍ ଟେଷ୍ଟକୁ ନେଇ ଚର୍ଚ୍ଚା । ସାଇକୋଲୋଜିକାଲ ଟେଷ୍ଟରେ ସତ ମାନିଥିବା ସଞ୍ଜୟ, ମିଛଧରା ପରୀକ୍ଷାରେ ମିଛ କହିଛି । ଟେଷ୍ଟ ସମୟରେ ସଞ୍ଜୟ ରୟ କହିଛି ଯେ, ‘ମୁଁ ଟ୍ରେନି ଡାକ୍ତରଙ୍କୁ ହତ୍ୟା କରିନାହିଁ, ମୋତେ ଫସାଇ ଦିଆଯାଇଛି ।

ମୁଁ ମୃତଦେହ ଦେଖିବା ପରେ ଦୌଡ଼ି ସେଠାରୁ ପଳାଇଥିଲି । ’ ସେପଟେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟ ବ୍ୟତୀତ ଦ୍ବିତୀୟ ବ୍ୟକ୍ତିଙ୍କୁ ଗିରଫ କରିପାରି ନାହିଁ । ଘଟଣା ପରଦିନ କୋଲକାତା ପୋଲିସ ହିଁ ସଞ୍ଜୟ ରୟକୁ ଗିରଫ କରିଥିଲା । ତଦନ୍ତ ଦାୟିତ୍ବ ନେବା ପାଖରୁ ସିବିଆଇ ସଞ୍ଜୟ ରୟକୁ ପଚରା ଉଚରା କରୁଛି ।

ଅଗଷ୍ଟ ୨୫ରେ କୋଲକାତା ପ୍ରେସିଡେନ୍ସି ଜେଲରେ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରାଇଥିଲା ସିବିଆଇ । ଏହି ସମୟରେ ତାକୁ ମୋଟ୍ ୧୦ଟି ପ୍ରଶ୍ନ ପଚରାଯାଇଥିଲା । ସେମିନାର ହଲରେ ହତ୍ୟା କରିବା ପରେ ତୁମେ କ’ଣ କଲ ବୋଲି ପ୍ରଶ୍ନରେ ସଞ୍ଜୟ ରୟ କହିଛି, ‘ମୁଁ ହତ୍ୟା କରିନାହିଁ । ମୁଁ ମୃତଦେହ ଦେଖିବା ପରେ ସେମିନାର ହଲରୁ ଦୌଡ଼ି ପଳାଇଥିଲି । ତେବେ ପଲିଗ୍ରାଫ୍ ଟେଷ୍ଟରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜର ସଂପୃକ୍ତିକୁ ସିଧାସଳଖ ଖାରଜ କରିଦେଇଛି ସଞ୍ଜୟ ରୟ ।

ଅଗଷ୍ଟ ୯ ତାରିଖରେ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିଲା । ଏହି ମାମଲାରେ କୋଲକାତା ପୋଲିସ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଛି । ପରେ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ପ୍ରଥମ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ପରେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଏବଂ ୪ ଟ୍ରେନି ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ କରିଥିଲା । …

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button