ଦେଶ ବିଦେଶ

ଛାଡପତ୍ରର ୪ ବର୍ଷ ପରେ ମୁହଁ ଖୋଲିଲେ ବାଦଶାହ, କହିଲେ- କାହିଁକି ଭାଙ୍ଗିଗଲା ବିବାହ

ମୁମ୍ଵାଇ ୦୭।୦୯: ବଲିଉଡ ଲୋକପ୍ରିୟ ପଞ୍ଜାବୀ ଗାୟକ-ରାପର ବାଦଶାହ। ତାଙ୍କ ଡେଟିଂ ଗୁଜବ ପାଇଁ ସେ ଅନେକ ସମୟ ହେବ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ମାସ ହେବ ପୂର୍ବରୁ ତାଙ୍କ ନାମ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହ ଜଡିତ ଥିଲା। କିଛି ସମୟ ପରେ ତାଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ମଧ୍ୟ ଜଡିତ ଥିଲା। ଏକ ସାକ୍ଷାତକାରରେ, ଗାୟକ ପ୍ରଥମ ଥର ପାଇଁ ତାଙ୍କ ବିବାହିତ ଜୀବନରେ ସମ୍ମୁଖୀନ ହୋଇଥିବା ସମସ୍ୟା, ଛାଡପତ୍ର ଏବଂ ତାଙ୍କ ଝିଅ ସହିତ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ।

ଆସନ୍ତୁ ଜାଣିବା ତାଙ୍କ ପୂର୍ବତନ ପତ୍ନୀ ଜସ୍ମିନ୍ ମାସିହଙ୍କ ସହ କାହିଁକି ସମ୍ପର୍କ ଭାଙ୍ଗିଗଲା?

 

୩୯ ବର୍ଷିୟ ବାଦଶାହ ୨୦୧୨ ରେ ଜସ୍ମିନ ମାସିହଙ୍କୁ ବିବାହ କରିଥିଲେ। ବିବାହର ପାଞ୍ଚ ବର୍ଷ ପରେ ଦୁହେଁ ନିଜ ଝିଅ ଜେସି ମାସିହ ସିଂଙ୍କ ପିତାମାତା ହୋଇଥିଲେ। ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ତା’ପରେ ପରିସ୍ଥିତି ଏପରି ବଦଳିଗଲା ଯେ ମାମଲା ଛାଡପତ୍ରରେ ପହଞ୍ଚିଗଲା। ୨୦୨୦ ରେ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ୪ ବର୍ଷର ଛାଡପତ୍ର ପରେ ବାଦଶାହ ପ୍ରଥମ ଥର ପାଇଁ ତାଙ୍କ ଛାଡପତ୍ର ବିଷୟରେ କହିଥିଲେ ଏବଂ କାହିଁକି ସେମାନଙ୍କ ସମ୍ପର୍କ ଭାଙ୍ଗିଗଲା ବୋଲି କହିଥିଲେ। ସେ ତାଙ୍କ ପୂର୍ବତନ ପତ୍ନୀ ଜସ୍ମିନ୍ ମାସିହଙ୍କ ସହ ଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ହୋଇ ପାରିନଥିଲା।

 

ଏକ ସାକ୍ଷାତକାରରେ ବାଦଶାହ କହିଛନ୍ତି ଯେ ତାଙ୍କର ପୁରୁଣା ସମ୍ପର୍କକୁ ନେଇ ସେ କୌଣସି ଅନୁତାପ କରନ୍ତି ନାହିଁ। ସେ କହିଥିଲେ ଏହି ସମ୍ପର୍କକୁ ବଞ୍ଚାଇବା ପାଇଁ ଆମେ ଦୁହେଁ ଚେଷ୍ଟା କରିଥିଲୁ। ଆମେ ଅଲଗା ହୋଇଗଲୁ କାରଣ ଏହି ସମ୍ପର୍କ ଆମ ପିଲାଙ୍କ ପାଇଁ ଠିକ୍ ନଥିଲା । ପ୍ରେମ ଏବଂ ସମ୍ପର୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ବାଦଶାହ କହିଥିଲେ, ‘ପ୍ରେମ ଏକ ସୁନ୍ଦର ଅନୁଭବ’ । ତାଙ୍କ ଝିଅ ଜେସିଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ବାଦଶାହ କହିଥିଲେ ଯେ ସେ ତାଙ୍କ ଝିଅକୁ ଭେଟିବାର ସୁଯୋଗ ପାଆନ୍ତି, କିନ୍ତୁ ତାଙ୍କ ଝିଅ ଲଣ୍ଡନରେ ରହୁଥିବାରୁ ସବୁବେଳେ ପ୍ରାୟତଃ ଯାଇପାରନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button