ଓଡିଶା

ସମ୍ବଲପୁରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ନାସିକ ଏବଂ ଶିରିଡି ଅଭିମୁଖେ ବାହାରିଛି ସ୍ବତନ୍ତ୍ର ଟ୍ରେନ। ଆରଡିସି ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

ଚଳିତ ବର୍ଷ ପଶ୍ଚିମ ଓଡିଶାର ୮ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଓ ୩୦ ଜଣ ପର୍ଯ୍ୟଟନ ଅଧିକାରୀ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇଛନ୍ତି। ଏଥିପାଇଁ ଗତକାଲି ଠାରୁ ସମସ୍ତ ଜିଲ୍ଲାର ତୀର୍ଥଯାତ୍ରୀ ଆସି ସମ୍ବଲପୁରରେ ପହଞ୍ଚିଥିବା ବେଳେ ସେମାନଙ୍କ ରହିବା ଖାଇବା ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା। ଆଜି ସମ୍ବଲପୁର ରେଳ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କୁ ଭବ୍ଯ ସ୍ବାଗତ କରାଯାଇଥିଲା। ରେଳ ଷ୍ଟେସନ ଏବଂ ସଂପୃକ୍ତ ଟ୍ରେନକୁ ମଧ୍ଯ ସୁସଜ୍ଜିତ କରାଯାଇଥିଲା।

ଆରଡିସି ଶ୍ରୀ ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ସଂଯୋଜକ ଦୁର୍ଗା ସାମନ୍ତରାୟ ପ୍ରମୁଖ ଫୁଳମାଳ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହି ମହତକାଂକ୍ଷୀ ଯୋଜନାର ଉଦ୍ଦେଶ୍ଯ ନେଇ ଆରଡିସି ଏବଂ ଜିଲ୍ଲାପାଳ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଯାତ୍ରାର ଶୁଭକାମନା କରିବା ସହିତ ଦିବ୍ଯ ଅନୁଭୂତି ନେଇ ଫେରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବଙ୍କ ସମେତ ଆଇଆରସିଟିସି ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button