ଜୀବନଶୈଳୀ

ସ୍ଵାମୀ ତା’ ସ୍ତ୍ରୀ ଠାରୁ କ’ଣ ଚାହେଁ ? ନିଶ୍ଚୟ ଜାଣି ରଖନ୍ତୁ, ଆପଣଙ୍କ ଦାମ୍ପତ୍ୟ ଜୀବନ ହେବ ସୁଖମୟ

। ସୂଚନା ଅନୁସାରେ ଝିଅଟି ବିବାହ କରିସାରିଲା ପରେ ଅନ୍ୟ କାହା ଘରର ବୋହୁ ଓ କାହାର ସ୍ତ୍ରୀ ର ଆକ୍ଷା ପାଇଯାଇଥାଏ । କଥାରେ ଅଛି ଘରକୁ ସୁନ୍ଦର ଘରଣୀ ଦିଶେ।  ଜଣେ ବିବାହିତା ମହିଳା ନିଜକୁ କିପରି ଗଢି ତୋଳି ରଖିବା ଦରକାର । ସେହି ବିଷୟରେ ସବିଶେଷ ଆଲୋଚନା କରିବା । ବିବାହିତା ମହିଳା ମାନେ ଘରର ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ସେ ପରିବାରକୁ ଯେପରି ଗଢିବାକୁ ଚେଷ୍ଟା କରିବେ ।

 

ସେ ଘର ସେହିପରି ଭାବେ ଗଢି ଉଠିଥାଏ । ଜଣେ ପୁରୁଷ ତାର ସ୍ତ୍ରୀ ପାଖରୁ ବହୁତ କିଛି ଆଶା ଓ ଆକାଂକ୍ଷା ରଖିଥାଏ । ପ୍ରଥମେ ଏକ ପୁରୁଷ ତାର ସ୍ତ୍ରୀ ଠାରୁ ଆନ୍ତରୀକ ସମ୍ମାନ ଚାହିଁଥାଏ । ଆନ୍ତରୀକ ସମ୍ମାନ ଅର୍ଥାତ ସ୍ତ୍ରୀ ସ୍ଵାମୀକୁ ସମ୍ମାନ କରିବା ଉଚିତ । ସ୍ବାମୀର ପ୍ରତ୍ଯେକ କଥାକୁ ସମାନ ଦେଇ ତାକୁ ପାଳନ କରିବା ଉଚିତ । ଯେପରି ସାବିତ୍ରୀ ଓଷାରେ ସ୍ଵାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀ ବ୍ରତ ରଖିଥାଏ । ବ୍ରତ ସାରିଲା ପରେ ସ୍ତ୍ରୀ ସ୍ଵାମୀକୁ ପ୍ରଣାମ କରିଥାଏ । ଖାଲି ସାବିତ୍ରୀ ଓଷା ନୁହେଁ, ପ୍ରତ୍ଯେକ ଦିନ ସ୍ଵାମୀଙ୍କୁ ମୁଣ୍ଡିଆ ମାରିବା ଉଚିତ ।

କାରଣ ଜଣେ ବିବାହିତ ମହିଳା ପାଇଁ ତା’ ର ସ୍ଵାମୀ ହେଉଛି ତା’ ପାଇଁ ଇହ କାଳ ଓ ପର କାଳର ଦେବତା । ବହୁତ ଲୋକଙ୍କ ମତରେ ପ୍ରଣାମ ନକରି ମନରୁ ସମ୍ମାନ କଲେ ମଧ୍ୟ ହେବ । ତାହା ଠିକ ହୋଇଥାଏ କିନ୍ତୁ ପାଦ ଛୁଇଁ ମୁଣ୍ଡିଆ ମାରିବା ଦ୍ଵାରା ସମ୍ପର୍କର ଏକ ମଜଭୁତ ସେତୁ ତିଆରି ହୋଇଥାଏ । ସ୍ତ୍ରୀ ମନରେ ଥିବା ଗର୍ବ ଓ ଅଂହ ଭାବନା ଦୂର ହୋଇଥାଏ ।

 

ସର୍ବ ଶେଷରେ ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ । ସ୍ଵାମୀ ସର୍ବଦା ନିଜ ସ୍ତ୍ରୀକୁ ରୁଚି ସମ୍ପର୍ଣ୍ଣ ଭାବେ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଏ । ଏହାର ଅର୍ଥ ବିବାହିତ ମହିଳା ନିଜକୁ ଯେପରି ସୁନ୍ଦର ଭାବେ ସଜେଇ ରଖିବା ଦରକାର । ଯେପରି ତାଙ୍କ ସ୍ଵାମୀ ସ୍ତ୍ରୀ କୁ ଦେଖିବା ପରେ ତାର ମନ ପ୍ରଫୁଲିତ ରହିଥାଏ । ସଜେଇ ହେବା ମାନେ ଖାଲି ସବୁବେଳେ ମେକ୍ଅପ ହୋଇ ରହିବା ତାହା ନୁହେଁ ।

ହିନ୍ଦୁ ଧର୍ମ ଅନୁସାରେ ବିବାହିତ ମହିଳା ନିଜର ମଥାରେ ସିନ୍ଦୁର, ହାତରେ ଶଙ୍ଖା, ବେକରେ ମଙ୍ଗଳସୂତ୍ର ଏହିପରି ଭାବେ ଏକ ମହିଳା ନିଜକୁ ପ୍ରସ୍ତୁତ କରି ସ୍ଵାମୀ ସମ୍ମୁଖରେ ରହିବା ଉଚିତ । ମହିଳା ନିଜ ବାଣୀ ଦ୍ଵାରା କେବେ ମଧ୍ୟ ସ୍ଵାମୀ ମନରେ କଷ୍ଟ ଦେବା ଉଚିତ ହୋଇନଥାଏ । ପ୍ରତ୍ଯେକ ସ୍ଵାମୀ ତାଙ୍କ ସ୍ତ୍ରୀ ମୁହଁରୁ ମଧୁର କଥା ଶୁଣିବା ପାଇଁ ଇଛା ରଖିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button