ଦେଶ ବିଦେଶ

ବିଲେଇ ଓ କୁକୁର ନ ଥିବା ଘରେ ବାହା ଦେଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

। ବନ୍ଧୁଗଣ ଆଜି ଆମେ ଆପଣ ଙ୍କ  ମଧ୍ୟରେ ଏକ ସୁନ୍ଦର ଗଳ୍ପ ଟିଏ ନେଇ ଆସିଛୁ ଯାହା ଦ୍ଵାରା ଆପଣ ଯାନୀ ପରିବର କି ଆପଣ ଯଦି ଆପଣ ଙ୍କର ଝିଅ ନିମନ୍ତେ ପୁଅ ବା ବର ପାତ୍ର ଖୋଜୁଛନ୍ତି ତେବେ ସେ କିପରି ହୋଇଥିବା ଦରକାର । ବନ୍ଧୁଗଣ ଆଜିର ଏହି ବିଷୟ ଟିକୁ ବୁଝିବା ନିମନ୍ତେ ଆମେ ମାନେ ଆପଣଙ୍କ ସମ୍ମୁଖରେ ଏକ ଛୋଟ ଗଳ୍ପଟିଏ ପ୍ରସ୍ତୁତ କରିବାକୁ ଯାଉଅଛୁ । ଆସନ୍ତୁ ଆରମ୍ଭ କରିବା ।

 

ଏକ ଗ୍ରାମରେ ଗୋବିନ୍ଦ ନାମର ଏକ ବ୍ୟକ୍ତି ବାସ କରୁଥିଲେ । ତାଙ୍କର ଏକ ବିବାହ ଯୋଗ୍ୟ ଏକ କୁମାରୀ ଝିଅ ମଧ୍ୟ ଥିଲା । ଦିନେ ତାଙ୍କ ଘରକୁ ଏକ ସାଧୁ ଆସିଲେ ସେହି ସାଧୁ ଜଣକ ଙ୍କୁ ଝିଅ ର ହାତ ଦେଖାଇ ଗୋବିନ୍ଦ ଝିଅ ର ବିବାହ ବିଷୟରେ ସାଧୁ ଙ୍କୁ ପଚାରିଲେ । ସାଧୁ ଯିବା ସମୟ ରେ ଗୋବିନ୍ଦକୁ କହିଲେ ଖୁବ ଶୀଘ୍ର ଝିଅ ର ବିବାହ ହୋଇଯିବ ।

କିନ୍ତୁ ମନେରଖିବ ଯେତେବେଳେ ଝିଅ ପାଇଁ ବର ସନ୍ଧାନ କରିବ, ସେତେବେଳେ ଦେଖିବ ଯେପରି ସେ ଘରେ ଯେପରି କୁକୁର ଓ ବିଲେଇ ଥିବ। ଏହାଛଡା ସେହି ପୁଅ କୁ ଘରକୁ ବିବାହ ପୂର୍ବରୁ ଖାଇବାକୁ ଡାକିବ । ଏବଂ ତାକୁ ପଚାରିବ କି ତାଙ୍କ ଝିଅ ର ଦଶ ଦୋଷ କଣ ସେ କ୍ଷମା କରି ପାରିବେ ? ଯଦି ଏହାପରେ ସେ ପୁଅ ଟି ରାଜି ହୋଇଯାଏ, ତେବେ ବିଳମ୍ବ ନ କରି ସେହି ଘରେ ହିଁ ନିଜ ଝିଅ ର ବିବାହ କରାଇ ଦେବେ ।

 

ଏହାପରେ ଗୋବିନ୍ଦ ବାବୁ ମଧ୍ୟ ସେହି ଦିନ ଠାରୁ ନିଜ ଝିଅ ପାଇଁ ଏପରି ଯୁବକ ଖୋଜିବା ପ୍ରାରମ୍ଭ କରିଦେଲେ । ଦିନେ ଗୋବିନ୍ଦ ବାବୁ ଙ୍କର ଜେନ ବନ୍ଧୁ ଗୋବିନ୍ଦ ବାବୁ ଭେଟିଲେ । ସେ ଗୋବିନ୍ଦ ବାବୁ ଙ୍କୁ ତାଙ୍କର ଝିଅର ବିବାହ କଥା ପଚାରିଲେ । ଏହାଶୁଣି ଗୋବିନ୍ଦ ବାବୁ ତାଙ୍କୁ ସାଧୁଜଣ କ କହି ଯାଇଥିବା ସବୁ କଟାହ ସମ୍ବନ୍ଧରେ କହିଲେ ।

ଏହା ଶୁଣି ଗୋବିନ୍ଦ ବାବୁ ଙ୍କର ମିତ୍ର ତାଙ୍କୁ ତାଙ୍କର ଏକ ଭଣଜା ବିଷୟରେ କହି ଝିଅ ର ପ୍ରସ୍ତାବ ମାଗିଲେ । ଏହା ଶୁଣି ଗୋବିନ୍ଦ ବାବୁ ସେହି ପୁଅ ଯାହାର ନାମ ରମେଶ ଥିଲା । ରମେଶ ଙ୍କ ଘରକୁ ଗଲେ ସେଠାରେ ଯାଇ ଦେଖିଲେ ଗହର ବାହାରେ ଏକ କୁକୁର ଟିଏ ବନ୍ଧା ହୋଇଛି । ଓ ଘରେ ପଶୁ ପଶୁ ଦେଖିଲେ ଘରୁ ଦୁଇଟି ବିଲେଇ ବାହାରି ଆସିଲେ ।

 

ଏହା ଦେଖି ଗୋବିନ୍ଦ ବାବୁ ଖୁସି ହୋଇଗଲେ । ଏବଂ ସେଠାରେ ଖିଆ ପିଆ କରି ପୁଅ କୁ ଖାଇବା ନିମନ୍ତେ ଗହରକୁ ନିମନ୍ତ୍ରଣ କରି ଆସିଲେ । ତା ପର ଦିନ ରମେଶ ବାବୁ ମଧ୍ୟ ଗୋବିନ୍ଦ ବାବୁ ଙ୍କ ଘରକୁ ଆସିଲେ । ଖାଇବା ସମୟରେ ରମେଶ ବାବୁଙ୍କ ସମୁଖରେ ବିଭିନ୍ନ ପ୍ରକାରର ଖାଦ୍ୟ ମାନ ସବୁ ରଖି ଦିଆଗଲା । ଏହା ଦେଖି ରମେଶ ବାବୁ ବିୟନମ୍ରତା ର ସହ କହିଲେ ଆଜ୍ଞା କ୍ଷମା କରନ୍ତୁ ।

ଅନ୍ନ ହେଉଛନ୍ତି ସ୍ଵୟଂ ମା ଲକ୍ଷ୍ମୀ । ତେଣୁ ତାଙ୍କୁ ନଷ୍ଟ କରିବା ଉଚିତ ହେବ ନାହିଁ । ଏହା କହି ଯେତିକି ସେ ଖାଇ ପାରିବେ ସେତିକି ନେଇ ବାକି ସବୁ ଉଠେଇ ନେବାକୁ ରମେଶ ବାବୁ କହିଲେ । ଏହା ପରେ ରମେଶ ବାବୁ ଯେତେବେଳେ ଖାଇବା ଆରମ୍ଭ କଲେ, ସେହି ସମୟରେ ପ୍ରଥମେ ହାତ ରେ କିଛି ଜଳ ନେଇ ଚଳୁ ବୁଲାଇ ଖାଇବା ଆରମ୍ଭ କଲେ । ଏହହ ଦେଖି ଗୋବିନ୍ଦ ବାବୁ ଅନେକ ଖୁସି ହୋଇ ହୋଇଗଲେ ।

 

ଖାଇବା ଶେଷ ହେଲା ପରେ ଗୋବିନ୍ଦ ବାବୁ ରମେଶ ବାବୁ ଙ୍କୁ ପ୍ରଶ୍ନ କଲେ ଆଜ୍ଞା କଣ ମୁ ଯଦି ଆପଣ ଙ୍କୁ ମୋର ଝିଅ ର ହାତ ଦେଇ ଦିଏ, ତେବେ କଣ ଆପଣ ମୋ ଝିଅ ଦଶ ଦୋଷ କୁ କ୍ଷମା କରି ପାରିବେ । ଏହା ଶୁଣି ରମେଶ ବାବୁ କହିଲେ ଆଜ୍ଞାନ ଦେଖନ୍ତୁ ଯଦି ଆପଣଙ୍କ ଝିଅ ର ସବୁ ଦୁର୍ଗୁଣ କୁ ସୁଗୁଣ ରେ ପରିଣତ କରି ଦିଏ ତେବେ । ଯଦି ମୁଁ ଏପରି ନ କରି ପାରିଲି ତେବେ ମୁଁ ମୋ ସନ୍ତାନ ଓ ମୋ ଘରକୁ କିପରି ସମ୍ଭାଳିବି ।

ଏହା ଶୁଣି ଗୋବିନ୍ଦ ବାବୁ ଖୁସି ହୋଇ ନିଜ ଝିଅ ର ହାତ ରମେଶ ବାବୁ ଙ୍କ ହାତରେ ଦେଇ ଦେଲେ । ଏହାପରେ ଗୋବିନ୍ଦ ବାବୁ ଙ୍କର ସେହି ବନ୍ଧୁ ଜଣକ ଆସି ଗୋବିନ୍ଦ ବାବୁ ଘରେ ବିଲେଇ ମୂଷା ଥିବାର କାରଣ ପଚାରିଲେ, ଉତ୍ତର ରେ ଗୋବିନ୍ଦ ବାବୁ କହିଲେ ସାଧୁ ଜଣକ ଗଲା ସମୟରେ ମତେ ଏହାର ଉତ୍ତର ମଧ୍ୟ ଦେଇ ଯାଇଛନ୍ତି । ତାହା ଏହାକି ଘରେ ଯଦି ବିଲେଇ ଅଛି, ତେବେ ସେ ଘରେ ମୂଷା ମଧ୍ୟ ନିଶ୍ଚୟ ଅଛି । ଏହାର ଅର୍ଥ ଯେଉଁ ସ୍ଥାନରେ ଅତ୍ୟଧିକ ଧାନ ଶସ୍ଯ ମାନ ଥାଏ, ସେହି ଘରେ ହିଁ ମୂଷା ଥାଏ ।

 

ମୂଷା ଦାଉ ରୁ ରକ୍ଷା ପାଇବା ନିମନ୍ତେ ସେହି ଘରେ ବିଲେଇ କୁ ରଖିଥାନ୍ତି । ଏବଂ କୁକୁର ଥିବାର ଅର୍ଥ ଏହାକି ଯଦି ଘରେ ଅଧିକ ଧନ ସମ୍ପତି ଥାଏ ତେବେ ସେହି ଘରେ ହିଁ ମାଲିକ ଚୋର ଭୟ ରେ କୁକୁର ପାଳିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button