ଆଣ୍ଠୁ ଗଣ୍ଠି ଦରଜ କାହିଁକି ହୋଇଥାଏ ?

ଆଜିକାଲିର ସମସ୍ୟରେ ପ୍ରାୟତଃ ସମସ୍ତ ଙ୍କ ଠାରେ ହିଁ ଆଣ୍ଠୁ ବିନ୍ଧା ଯନ୍ତ୍ରଣା ଆଦି ଦେଖିବାକୁ ମିଳିଥାଏ । ଏହି ଆଣ୍ଠୁ ଯନ୍ତ୍ରଣା ବୟସ ଅନୁସାରେ ପ୍ରାୟତଃ 40 ରୁ 50 ବର୍ଷ ର ଉର୍ଦ୍ଧ ଲୋକମାନକ ଠାରେ ଦେଖିବାକୁ ମିଳିଥାଏ । ଏହାଛଡା ଯେଉଁ ଲୋକ ଙ୍କର କୌଣସି ଦୁର୍ଘଟଣା ବା ଜେନେଟିକ୍ସ ଅସୁବିଧା ଆଦି ରହିଛି, ସେହି ମାନଙ୍କ ଠାରେ ମଧ୍ୟ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଇବାକୁ ମିଳିଥାଏ । ଏହି ଯନ୍ତ୍ରଣା ହେବା ଦ୍ଵାରା ବ୍ୟକ୍ତି ଚଲା ବୁଲା ଓ ସିଢି ଚଢିବା ଆଦି ସବୁଥିରେ କଷ୍ଟ ଅନୁଭବ କରିଥାଏ ।
ଆଣ୍ଠୁ ମୁଖ୍ଯତଃ ତିନୋଟି ହାଡ ଦ୍ଵାରା ସୃଷ୍ଟି ହୋଇଛି । ଯାହାକୁ ବିଜ୍ଞାନ ଭାଷାରେ ଆଣ୍ଠୁର ଉପର ହାଡକୁ ଥାଇବୋନ କୁହାଯାଇଥାଏ । ତଳ ହାଡ କୁ ଲେଗ ବୋନ ଓ ଏହାର ପାଖରେ କାଟେଲା ବା ପେଟେଲା । ଏହାଛଡା ଏହା ଉପରେ ଏକ ଆବରଣ ମଧ୍ୟ ରହିଥାଏ ।
ଏହାର କାରଣ ଯେତେବେଳେ ଏହା ଏପଟ ସେପଟ କୁ ଗତି ଶୀଳ କରିଥାଏ, ସେତେବେଳେ ଯେପରି କଷ୍ଟ ଅନୁଭବ ନ ହେବ । କିନ୍ତୁ ଯେତେବେଳେ କୌଣସି ମଣିଷର କିଛି ଦୁର୍ଘଟଣା ଆଦି ରେ ସେହି ଗଣ୍ଠି ଉପରେ ଥିବା ସେହି ପଲିସ ବା ଆବରଣ ଟି ଘୋରି ହୋଇ ଯାଇଥାଏ । ବା ବୟସ ସହ କିଛି ଲୋକଙ୍କର ଗଣ୍ଠି ଆବରଣ ଗୁଡିକ ମଧ୍ୟ ଘୋରି ହୋଇ ଯାଇଥାଏ ।
କଷ୍ଟ ଅନୁଭବ ହୋଇଥାଏ । ଦୁର୍ଘଟଣାର କାରଣ ରୁ, ବୟସ ର କାରଣ ରୁ କିମ୍ବା ଜେନେଟିକ୍ସ ର କାରଣରୁ ଗଣ୍ଠି ଯନ୍ତ୍ରଣା ହେବାର ଦେଖା ଯାଇଥାଏ । ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇଁ ଆଜିକାଲି ପ୍ରାୟତଃ ଆଣ୍ଠୁ ପ୍ରତିରୋପଣ କରାଯାଉଛି । କିନ୍ତୁ ଏହା ଏତେ ଶୀଘ୍ର କରାଯାଇ ନଥାଏ । କାରଣ ପ୍ରାୟତଃ ସମସ୍ତଙ୍କର ଚେଷ୍ଠା ରହିଥାଏ, କି ଭଗବାନ ଙ୍କର ଦିଆ ଏହି ଆଣ୍ଠୁ କିପରି ଅଧିକ ରୁ ଅଧିକ ଦିନ ପର୍ଯ୍ୟନ୍ତ ଭଲ ଭାବରେ ରଖାଯାଇ ପାରିବ ।
ସେଥିପାଇଁ 60 ବର୍ଷ ପରେ ଯଦି କାହାଠାରେ ଆଣ୍ଠୁ ଯନ୍ତ୍ରଣା ଅଧିକ ଭାବରେ ଦେଖା ଦିଏ ଏବଂ ତାଙ୍କର ଆଣ୍ଠୁର ଗଣ୍ଠି ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଏ, ତେବେ ସେହି କ୍ଷେତ୍ରରେ ହିଁ ବ୍ୟକ୍ତି ର ଆଣ୍ଠୁ ପ୍ରତିରୋପଣ କରାଯାଇଥାଏ । ଏହା ବାସ୍ତବରେ ଏକ ଫରେନ ଆଣ୍ଠୁ ହୋଇଥାଏ । ଏହି କାରଣ ରୁ ଆଣ୍ଠୁ ପ୍ରତି ରୋପଣ ପରେ ବ୍ଯକ୍ତିର ବିନ୍ଧା ପ୍ରାୟ ୮୦ ରୁ ୯୦ ଭାଗ କମିଯାଇଥାଏ ।
କିନ୍ତୁ ମାଂସ ପେଶୀରେ ତଥାପି କିଛିମାତ୍ରା ରେ ଯନ୍ତ୍ରଣା ଲାଗି ରହିଥାଏ । ଏହାଛଡା ଏହି ମାଂସ ପେଶୀ ଯନ୍ତ୍ରଣା ମଧ୍ୟ ଧୀରେ ଧୀରେ ୨ ରୁ ୩ ମାସ ମଧ୍ୟରେ କମିବାକୁ ଲାଗିଥାଏ ବେଳେବେଳେ ୯୫ ପ୍ରତିଶତ ଆରମ ଲାଗିବା ପାଇଁ ବର୍ଷେ ମଧ୍ୟ ଲାଗିଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ