ଓଡିଶା

ସୁଭଦ୍ରା ଯୋଜନା ଆଇଡି ହ୍ୟାକକୁ ନେଇ ଦ୍ବନ୍ଦ୍ବରେ ହିତାଧିକାରୀ

ରଡ଼ି: ସୁଭଦ୍ରା ଯୋଜନାକୁ ନେଇ ନୂଆ ଦ୍ଵନ୍ଦ୍ଵ। ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆଧାରା ଓ ବ୍ୟାଙ୍କ ଆକାଉଣ୍ଟରେ ଫର୍ମ ଦାଖଲ କଲେ ଅନ୍ୟ ରାଜ୍ୟ ଅର୍ଥାତ ତ୍ରିପୁରା, ଆନ୍ଧ୍ର, ରାଜସ୍ଥାନ, ଗୁଜରାଟ, ସିକ୍କିମ ଆଦି ଗ୍ରାମ୍ୟ ଓ ନେସେନାଲ ବ୍ୟାଙ୍କର ଆଇଡି ଦର୍ଶାଉଛି। ଏପରି ଘଟଣାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏ ବାବଦରେ ମୋ ସେବାକେନ୍ଦ୍ରର କର୍ମଚାରୀଙ୍କୁ ପଚାରିଲେ ସେ ମଧ୍ୟ ସମାନ କଥା କହିଛନ୍ତି। ଏପରିକି କେହି ଦୃର୍ବୃତ୍ତ ସୁଭଦ୍ରା ଆଇଡକୁ ହ୍ୟାକ କରି ନିଜ ଆଇଡିରେ ଏହାକୁ ହଡ଼ପ କରିବା ପାଇଁ ମସୁଧା ଚଳାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥିପ୍ରତି ତୁରନ୍ତ ସରକାର ପଦକ୍ଷେପ ନେବା ସହିତ ଫେକ୍ ଆଇଡିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମୋ ସେବାକେନ୍ଦ୍ରର କର୍ମଚାରୀ ଓ ହିତାଧିକାରୀ। ସୁଭଦ୍ରା ଫର୍ମ ଦାଖଲ ପାଇଁ ଦୀର୍ଘ ତିନିଦିନ ହେବ ଆରଡ଼ି ସମେତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ଶତାଧିକ ମହିଳା ବିଭିନ୍ନ ମୋ ସେବାକେନ୍ଦ୍ର ଓ ଆଧାରକେନ୍ଦ୍ରରେ ରାତିଦିନ ଲାଇନ ଲଗାଇ ଅପେକ୍ଷା କରୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ସାଇଟ୍‌ ଖୋଲୁନଥିବାବେଳେ ଏବେ ଅନ୍ୟ ରାଜ୍ୟର ବ୍ୟାଙ୍କ ଆକାଉଣ୍ଟ ଆଇଡ ଦେଖାଉଛି, ଯାହାକୁ ନେଇ ଦ୍ବନ୍ଦରେ ପଡ଼ିଛନ୍ତି ମହିଳା ହିତାଧିକାରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button