ଭୁଲରେ ବି ଖାଇବେ ନାହିଁ ଏହି ସବୁ ଜିନିଷ, ହୋଇଥାଏ ବିଷ ସମାନ !

ଆମେ ପ୍ରତିଦିନ ଖାଉଥିବା ଖାଦ୍ଯ ମଧ୍ୟରେ ଯେଉଁ ସବୁ ଖାଦ୍ଯ ଗୁଡିକ ଖାଇଥାଉ, ସେଥି ମଧ୍ୟରୁ କିଛି ଖାଦ୍ୟ ଆମ ଶରୀର ପାଇଁ ଉପଯୁକ୍ତ ହୋଇଥିବା ସମୟରେ କିଛି ଖାଦ୍ୟ ବିଷାକ୍ତକର ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, ଆମେ ଖାଉଥିବା ଖାଦ୍ଯ ମଧ୍ୟରୁ କିଛି ଏପରି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ଵାରା ମଣିଷ ର ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ ।
ବନ୍ଧୁଗଣ ଆଜି ଆମେ ଡାଃ. ସଲିମ ଜୟଦି ଙ୍କ ସହ ଚର୍ଚା କରି ନେଇ ଆସିଛୁ, ଏପରି 5ଟି ଖାଦ୍ଯ ପଦାର୍ଥ ଯାହାର ସେବନ ମଣିଷ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ବନ୍ଧୁଗଣ ପ୍ରଥମ ଖାଦ୍ୟ ପଦାର୍ଥ ଟି ହେଉଛି ସବୁଜ ଆଳୁ । ବା ଯାହାକୁ ପ୍ରାୟତଃ କାଙ୍କ ଆଳୁ ବୋଲି ମଧ୍ୟ କହିଥାନ୍ତି ।
ଖିଥିବେ ବେଳେବେଳେ ଆଳୁ ର କିଛି ଅଂଶ ସବୁଜ ପଡିଯାଇଥାଏ । ଏହି ସବୁଜ ଅଂଶରେ କିଛି ଏପରି ଜିନିଷ ରହିଥାଏ, ଯାହାଦ୍ୱାରା କି ଶରୀର ରେ ମୁଣ୍ଡ ବ୍ୟଥା, ବାନ୍ତି ଆଦି ଭିନ୍ନ ପ୍ରକାରର ରୋଗ ହେବାର ଦେଖା ଦେଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ଆଳୁ ଖାଉଛନ୍ତି, ତେବେ ନଜର ରଖନ୍ତୁ ଏବଂ ଆଳୁ ର ସବୁଜ ଅଂଶ କୁ କାଟି ଏପରି ସ୍ଥାନରେ ଫୋପାଡି ଦିଅନ୍ତୁ, ଯାହାଦ୍ୱାରା କି ସେହି ସବୁଜ ଅଂଶକୁ କୌଣସି ଜୀବ ଜନ୍ତୁ ମଧ୍ୟ ନ ଖାଇ ପାରିବେ ।
ବନ୍ଧୁଗଣ ଦ୍ଵିତୀୟ ପଦାର୍ଥ ଟି ହେଉଛି ଜାଇଫଳ । ବନ୍ଧୁଗଣ ଏହା ପ୍ରାୟତଃ ମସଲା ରେ ବ୍ୟବହାର ହୋଇଥାଏ । ବନ୍ଧୁଗଣ ଏହା ମଧ୍ୟ ଶରୀର ପାଇଁ ଭଲ ହୋଇ ନଥାଏ । କିନ୍ତୁ ବନ୍ଧୁଗଣ ଏହା ଯଦି ଆପଣ ମସଲାରେ ବ୍ୟବହାର କରୁଛନ୍ତି, ତେବେ ନଜର ରଖନ୍ତୁ ଯେପରିକି ଏହା ଖୁବ କମ ମାତ୍ରାରେ ରହିଥିବ ।
ଏହା ଯଦି ଆପଣ ଅତ୍ଯାଧିକ ମାତ୍ରା ରେ ଖାଆନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭୟାଭୟ ମଧ୍ୟ ହୋଇପାରେ । ବନ୍ଧୁଗଣ ତୃତୀୟ ପଦାର୍ଥ ଟି ହେଉଛି ବିଟର ଆଲମଣ୍ଡ । ଏହା ମଧ୍ୟ ବନ୍ଧୁଗଣ ଶରୀର ପାଇଁ ଖୁବ କ୍ଷତିକାରକ ପ୍ରମାଣିତ ହୋଇଛି । ତେଣୁ ବନ୍ଧୁଗଣ ଆପଣ କେବେ ମଧ୍ୟ ପିତା ଲାଗୁଥିବା ବାଦାମ ଖାଇବା ଉଚିତ ହୋଇ ନଥାଏ । ଚତୁର୍ଥ ପଦାର୍ଥ ଟି ହେଉଛି ରାଜମା ।
ବନ୍ଧୁଗଣ ଯଦି ଆପଣ ରାଜମା ଖାଆନ୍ତି, ତେବେ ଏହାକୁ ଭଲ ଭାବରେ ସିଝାଇ ଖାଆନ୍ତୁ । ଯଦି ଆପଣ ଏହାକୁ ଭଲ ଭାବରେ ନ ସିଝାଇ ଖାଇବେ, ତେବେ ଏଥିରେ ଥିବା ବିଷାକ୍ତ ଅଂଶ ଆପଣଙ୍କ ଶରୀରକୁ କ୍ଷତି କରିଥାଏ । ପଞ୍ଚମ ପଦାର୍ଥ ଟି ହେଉଛି ବ୍ରାଉନ ରାଇସ । ବନ୍ଧୁଗଣ ଆପଣ ଶୁଣିଥିବେ କି ଏହି ବ୍ରାଉନ ରାଇସ ଶରୀର ପାଇଁ ଖୁବ ଭଲ ହୋଇଥାଏ । ବନ୍ଧୁଗଣ ଏହା ସତ କିନ୍ତୁ ଯଦି ଆପଣ ଏହାର ବ୍ୟବହାର ଠିକ ଭାବରେ ନ କରନ୍ତି, ତେବେ ଆପଣଙ୍କ ପାଇଁ ଏହା ବିଷାକ୍ତ ମଧ୍ୟ ପ୍ରମାଣିତ ହୋଇପାରେ ।
ଅର୍ଥାତ ବନ୍ଧୁଗଣ ଯଦି ଆପଣ ଏହାକୁ ଖାଦ୍ଯ ରୂପରେ ବ୍ୟବହାର କରୁଛନ୍ତି, ତେବେ ଆପଣ ଚାଉଳ କୁ ରୋଷେଇ ପୂର୍ବରୁ ବାରମ୍ବାର ଭଲ ଭାବରେ ଧୋଇ ବ୍ୟବହାର କରିବା ଉଚିତ । ଏହାଦ୍ଵାରା ଏହା ଶରୀର ପାଇଁ କ୍ଷତି କାରକ ହୋଇ ନଥାଏ ।



