ଓଡିଶା

ଫୁଟବଲ ଟୁର୍ଣ୍ଣାମେଣ୍ଟ: କେନ୍ଦୁଝର କେବିଏଲ ଆମାଜନ ଚାମ୍ପିଅନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆର ସବୁଜ ବନାନୀ କ୍ଲବ ପକ୍ଷରୁ ଅନୁଷ୍ଠିତ ୧୫ଶ ବାର୍ଷିକ ଫୁଟବଲ ପ୍ରତିଯୋଗିତାରେ କେନ୍ଦୁଝରର କେବିଏଲ ଆମାଜନ ଚାମ୍ପିଅନ ହୋଇଛି। ସେହିପରି ରନର୍ଅପରେ ଆରଜେପିପି ସାରଙ୍ଗଗଡ଼, ତୃତୀୟରେ ଏଚଏଚ ବଡ ନୂଆଗାଁ ଓ ଚତୁର୍ଥ ଦଳ ଭାବେ ଭାଇ ଭାଇ ଦଳ ସ୍ଥାନ ପାଇ ଯଥାକ୍ରମେ ୬୦ ହଜାର,୪୦ ହଜାର ଓ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଛନ୍ତି।

ରେଫରୀ ଉତ୍କଳମଣି ବେହେରା, ମହମ୍ମଦ ହାଲିମ, ଜନ୍ମେଜୟ ବେହେରା ଓ ସୁଦର୍ଶନ ଗିରି ଫାଇନାଲ ଖେଳ ପରିଚାଳନା କରିଥିବାବେଳେ ଅରୁଣ କୁମାର ମହାନ୍ତ, ଟଙ୍କଧର ମହାନ୍ତ ଓ ଅନନ୍ତ ଚରଣ ମୁଣ୍ଡା ଧାରା ବିବରଣୀ ପ୍ରଦାନ ସହ ସଭା ସଂଯୋଜନା କରିଥିଲେ। ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ସାଂସଦ ଅନନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମଇଦାନକେଲ ସରପଞ୍ଚ ଭାଗିରଥି ସିଂ, ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, କଣ୍ଟିଆପଡା ସରପଞ୍ଚ ଲିନା ନାଏକ ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଭାଗ ନେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button