ଦେଶ ବିଦେଶ

ବାୟୁସେନାରେ ଦୁଷ୍କର୍ମ ଝଡ଼: ଓରାଲ ସେକ୍ସର ଅଭିଯୋଗ ଆଣିଲେ ମହିଳା ଅଧିକାରୀ

ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼। ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ମହିଳା ଫ୍ଲାଇଂ ଅଧିକାରୀ ପୁଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି।

ଜଣେ ୱିଙ୍ଗ କମାଣ୍ଡର ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କୁ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଜମ୍ମୁ-କଶ୍ମୀରର ବଡ଼ଗାମ ପୁଲିସ୍ ଷ୍ଟେସନରେ ଏନେଇ ମହିଳା ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୱିଙ୍ଗ କମାଣ୍ଡର ଓ ଫ୍ଲାଇଂ ଅଫିସର ଶ୍ରୀନଗରରେ ଅବସ୍ଥାପିତ ରହିଛନ୍ତି।

ଅଭିଯୋଗ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ “ଆମେ ଘଟଣା ସମ୍ପର୍କରେ ଅବଗତ ରହିଛୁ। ଏହି ଘଟଣାରେ ବଡ଼ଗାମ ପୁଲିସ୍ ଷ୍ଟେସନ ପକ୍ଷରୁ ଶ୍ରୀନଗର ସ୍ଥିତ ଭାରତୀୟ ବାୟୁ ସେନା ସହ ଯୋଗାଯୋଗ କରାଯାଇଛି। ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛୁ।”

ମହିଳା ଫ୍ଲାଇଂ ଅଧିକାରୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଦୀର୍ଘ ୨ ବର୍ଷ ହେଲାଣି ସେ ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ମାନସିକ ଅଶାନ୍ତି ଭିତରେ ଜୀବନ କାଟୁଛନ୍ତି। ୨୦୨୩ ଡିସେମ୍ବର ୩୧ରେ ଅଧିକାରୀମାନଙ୍କ ପାଇଁ ଥିବା ମେସରେ ନବବର୍ଷ ପାର୍ଟି ଆୟୋଜନ କରାଯାଇଥିଲା।

ଏହି ସମୟରେ ମହିଳା ଅଧିକାରୀଙ୍କୁ ତାଙ୍କର ସିନିୟର ଉପହାର ମିଳିଛି କି ନାହିଁ ପ୍ରଶ୍ନ କରିଥିଲେ। ଉପହାର ମିଳି ନଥିବା ମହିଳା ଅଧିକାରୀ ଜଣଙ୍କ କହିଥିଲା। ଏହାପରେ ଉପହାର ରୁମରେ ଥିବା ୱିଙ୍ଗ କମାଣ୍ଡର କହି ତାଙ୍କୁ ନିଜ ସହ ନେଇ ଯାଇଥିଲେ। ଘରେ କେହି ନଥିବାରୁ ମହିଳା ଅଧିକାରୀ ଜଣଙ୍କ ୱିଙ୍ଗ କମାଣ୍ଡରଙ୍କୁ ପରିବାର ଲୋକଙ୍କ କଥା ପଚାରିଥିଲେ। ସେମାନେ ଅନ୍ୟତ୍ର ରହୁଥିବା ୱିଙ୍ଗ କମାଣ୍ଡର କହିଥିଲେ।

ରୁମ ଭିତରେ ୱିଙ୍ଗ କମାଣ୍ଡର ଜଣଙ୍କ ମହିଳା ଅଧିକାରୀଙ୍କୁ ଜାବୁଡ଼ି ଧରିବାର ସହ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ସେ ତାଙ୍କୁ ସେଠାରେ ଅସଦାଚରଣ କରିଥିଲେ। ବେଶ କିଛି ସମୟ ଧରି ଏପରି ଟଣାଓଟରା ସ୍ଥିତି ଲାଗି ରହିଥିଲା।

ମହିଳା ଜଣଙ୍କ କହିଛନ୍ତି, “ମୁଁ ତାଙ୍କ ବାରମ୍ବାର ମନା କରିବା ସହ ବଳପୂର୍ବକ ଏହାକୁ ଯଥା ସମ୍ଭବ ପ୍ରତିହିତ କରିଥିଲି। ଶେଷରେ ମୁଁ ତାଙ୍କୁ ଧକ୍କା ମାରି ସେଠାରୁ ଚାଲି ଆସିଥିଲି। ପୁଣି ଶୁକ୍ରବାର ପରିବାର ଲୋକ ନଥିବା ବେଳେ ଆମେ ଦେଖା ହେବା ବୋଲି ମୋତେ ସେ କହିଥିଲେ।

ଘଟଣା ପରେ ମୁଁ ପୂରା ଡରି ଯାଇଥିଲି। କ’ଣ କରିବି କିଛି ଜାଣି ପାରି ନଥିଲେ। ରିପୋର୍ଟ କରିବାକୁ ମୋର ସାହାସ ପାଇ ନଥିଲା। ଘଟଣା ପରେ ୱିଙ୍ଗ କମାଣ୍ଡର ମୋ ପୋଷ୍ଟକୁ ଆସିଥିଲେ। ଯେମିତି କୌଣସି ଘଟଣା ଘଟି ନାହିଁ, ସେଭଳି ବ୍ୟବହାର କରିଥିଲେ।

ତାଙ୍କ ଆଖିରେ ଆଦୌ ପରିତାପ କିମ୍ବା ଡର ଚିହ୍ନ ନଥିଲା। ତେବେ ଦୁଇ ଜଣ ମହିଳା ଅଧିକାରୀଙ୍କ ସହାୟତାରେ ମୁଁ ଅଭିଯୋଗ ଦାଖଲ କରିଥିଲି। ଜଣେ ଅବିବାହିତ ଭାବେ ସେନାରେ ଯୋଗ ଦେବା ପରେ ମୋ ସହ ଯାହା ଘଟିଥିଲା, ମୁଁ ସେକଥା କହିବାକୁ ଶବ୍ଦ ପାଉ ନାହିଁ।

ଅଭିଯୋଗ ମିଳିବା ପରେ ଜଣେ କର୍ଣ୍ଣେଲ ରାଙ୍କର ଅଫିସର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ୱିଙ୍ଗ କମାଣ୍ଡରଙ୍କୁ ଦୁଇ ଥର ବୟାନ ରେକର୍ଡ କରିବାକୁ କୁହାଯାଇଥିଲା। ସେ ବୟାନ ରେକର୍ଡ କରାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତଦନ୍ତକୁ ବନ୍ଦ କରିଦିଆଯାଇଥିଲା।

ଏହାପରେ ମୁଁ ଆଭ୍ୟନ୍ତରୀଣ କମିଟି ନିକଟରେ ପୁଣି ଅଭିଯୋଗ କରିଥିଲି। ଅଭିଯୋଗର ୨ ମାସ ପରେ ଏହା ବସିଥିଲା। ମୁଁ ଏକାଧିକ ଥର ମେଡିକାଲ ଟେଷ୍ଟ ପାଇଁ କହିଥିଲେ ହେଁ କେହି ବି ମୋ କଥା ଶୁଣି ନଥିଲେ। ସମସ୍ତେ ଯୌନ ନିର୍ଯାତନାର ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।

ଆଇସି ମଧ୍ୟ ନିଜ କାମ ଠିକ ଭାବେ କରି ନଥିଲେ। ମୁଁ ଆଭ୍ୟନ୍ତୀରଣ ସୁରକ୍ଷା ମାଗିବା ସହ ଛୁଟିରେ ଯିବାକୁ ନିବେଦନ କରିଥିଲି। କିନ୍ତୁ ମୋ କଥା କେହି ବି ଶୁଣିଲେ ନାହିଁ। ଅଲଗା ସ୍ଥାନରେ ପୋଷ୍ଟିଂ ପାଇଁ ଆବେଦକୁ ମଧ୍ୟ ଖାରଜ କରାଯାଇଥିଲା।

ମୁଁ ବାଧ୍ୟ ହୋଇ ଗୋଟିଏ ବେସ୍ରେ ମୋ ସହ କୁକୁର୍ମ କରିଥିବା ଲୋକ ସହ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲି। ସେ ଉପଭୋଗ କରୁଥିବା ବେଳେ ମୁଁ ନିର୍ଯାତିତ ହେଉଥିଲି। ପରବର୍ତ୍ତୀ ଅବସ୍ଥାରେ ଘଟଣା ଘଟିଛି କି ନାହିଁ ଆଭ୍ୟନ୍ତରୀଣ କମିଟି ସନ୍ଦେହ କରିଥିଲା।

ସାକ୍ଷୀ ଓ ପ୍ରମାଣ ନଥିବାରୁ ମେ’ ମାସରେ ମାମଲାକୁ ବନ୍ଦ କରି ଦିଆଯାଇଥିଲା। କେହି କେବେ ସାକ୍ଷୀ ରଖି ପାପ କରିବ କି? ମୁଁ ବ୍ୟକ୍ତିଗତ ଭାବେ କାହା ସହ କଥା ହେଉଛି, ସେଗୁଡ଼ିକ ମନିଟର କରାଯାଉଥିଲା। ମୁଁ ଯେଉଁମାନଙ୍କ ସହ କଥା ହେଉଥିଲି, ସେମାନଙ୍କୁ ହଇରାଣ ମଧ୍ୟ କରାଯାଉଥିଲା।

ଏପରି ନିର୍ଯାତନା ମୋ ମାନସିକ ସ୍ଥିତିକୁ ପ୍ରଭାବିତ କରିଛି। ମୁଁ ଭୟରେ ରହୁଛୁ। ମୋ ସାମାଜିକ ଜୀବନକୁ ସର୍ଭେଲାନ୍ସରେ ରଖାଯାଇଛି। ସ୍ଥିତି ଏପରି ହୋଇଛି ଯେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛି। ମୁଁ ଏବେ ଅସହାୟ। ମୁଁ ମୋର ଦୈନନ୍ଦିନ କାମ କରିପାରୁନି।”

Related Articles

Leave a Reply

Your email address will not be published. Required fields are marked *

Back to top button