ଚଳନ୍ତିକା: ଦିନକୁ ଛୋଟ କରୁଛି ଜଳବାୟୁ ପରିବର୍ତ୍ତନ!

ଚାରିଆଡ଼େ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ସେ ଋତୁଚକ୍ର ହେଉ ଅବା ଫସଲ ଉତ୍ପାଦନ, ଜୀବଜନ୍ତୁଙ୍କ ବଂଶଲୋପ ହେଉ ବା ନଦୀର ଗତିପଥ ପରିବର୍ତ୍ତନ; ପ୍ରତିଟି ବ୍ୟତିକ୍ରମ ପଛରେ ରହିଛି ଏହି ‘ଜଳବାୟୁ ପରିବର୍ତ୍ତନ’। ହେେଲ ଆପଣ ଜାଣନ୍ତି କି, ଏହି ଜଳବାୟୁ ପରିବର୍ତ୍ତନ କେବଳ ପୃଥିବୀର ଜୀବସତ୍ତା ଉପରେ ନୁହେଁ, ପୃଥିବୀ ଉପରେ ମଧ୍ୟ ପ୍ରଭାବ ପକାଉଛି!
ଏହାଫଳରେ ପୃଥିବୀର ଆବର୍ତ୍ତନ ଗତି ଦ୍ରୁତ ହେବା ସହ ଦିନ ଛୋଟ ହେବାରେ ଲାଗିଛି ବୋଲି ବୈଜ୍ଞାନିକମାନେ ମତ ଦେଲେଣି।
ତଥ୍ୟ ମୁତାବକ, ୨୯ ଜୁନ୍ ୨୦୨୨କୁ ପୃଥିବୀ ଇତିହାସର ଆଜି ପର୍ଯ୍ୟନ୍ତର ସବୁଠାରୁ ଛୋଟ ଦିନ ଭାବେ ଗଣାଯାଏ। ଏହିଦିନ ପୃଥିବୀ ନିଜ କକ୍ଷପଥ ପରିକ୍ରମା ସବୁଠାରୁ କମ୍ ସମୟରେ ଶେଷ କରିଥିଲା ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ସାଧାରଣତଃ ପୃଥିବୀ ଥରେ ନିଜ କକ୍ଷପଥେର ପରିକ୍ରମା କରିବାକୁ ୨୪ ଘଣ୍ଟା ସମୟ ନେଇଥାଏ। କିନ୍ତୁ ୨୦୨୨ ମସିହା ଜୁନ୍ ୨୯ରେ ଏହି ଏହି ପରିକ୍ରମା ସମୟ ୨୪ ଘଣ୍ଟାରୁ ୧.୫୯ ମିଲିସେକେଣ୍ଡ୍ କମ୍ ରହିଥିଲା। ତେବେ ଏହା ବହୁତ କମ୍ ଅବଧି ହୋଇଥିବାରୁ ଏହାକୁ ସାଧାରଣତଃ କେହି ଅନୁଭବ କରିପାରି ନଥିଲେ। ଯଦିଓ ଏହା ମାନବ ସ୍କେଲ୍ରେ ଜଣାପଡ଼େନି, ତେବେ ଏହା କମ୍ପ୍ୟୁଟର୍ ସିଷ୍ଟମ୍ ଉପରେ ପ୍ରଭାବ ପକାଇପାରେ, ଯାହାକି ଆର୍ଥିକ କାରବାର, ଜିପିଏସ୍ ନାଭିଗେସନ୍ ଓ ପାୱାର୍ ଗ୍ରିଡ୍କୁ ନିୟନ୍ତ୍ରଣ କରିଥାଏ।