ଓଡିଶା
ଘର ସାମ୍ନାରେ ଜଳିଗଲା ମାରୁତି ସ୍ବିଫ୍ଟ କାର

କାମାକ୍ଷାନଗର: କାମାକ୍ଷାନଗର ଥାନା ଚୁଳିଆ ଗାଁରେ ଘର ସାମ୍ନାରେ ଛିଡାହୋଇ ଥିବା ବେଳେ ଜଳିଗଲା ମାରୁତି ସ୍ବିଫ୍ଟ କାର୍ l ଗାଁର ଅନିଲ କୁମାର ସାହୁ ସବୁଦିନ ପରି ନିଜ ଘର ସାମ୍ନାରେ କାରକୁ ରଖିଥିଲେl ମାତ୍ର ବିଳମ୍ବିତ ରାତିରେ ହଠାତ କାରଟି ଜଳୁଥିବାର ଦେଖାଯାଇଥିଲାl ଏହା ଦେଖି ଅନିଲ ତୁରନ୍ତ କାମାକ୍ଷାନଗର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେl
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛିl ତେବେ କେଉଁ କାରଣରୁ କାରଟି ଜଳିଗଲା, ତାହା ଅସ୍ପଷ୍ଟ ରହିଛି l ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।