ଦେଶ ବିଦେଶ

ଆପଣଙ୍କ ନାଁରେ ଚାଲାଣ କାଟିଛି କି ଟ୍ରାଫିକ୍‌ ପୁଲିସ୍‌? ଦେବାକୁ ପଡ଼ିବ ଅଧା ଟଙ୍କା!

ଟ୍ରାଫିକ୍ ନିୟମ ଉଲ୍ଲଘଂନ କରି ଆପଣ ଟେନସନ୍ରେ ଅଛନ୍ତି କି?ଆପଣଙ୍କ ନାଁରେ କଟିଛି ଫାଇନ୍ ଓ ଫୋନ୍କୁ ବାରମ୍ବାର ଆସୁଛି ମେସେଜ । ତେବେ ଫାଇନ୍ ଟଙ୍କା ଦେଖି ମନରେ ଛନକା ପଶି ଯାଇଥିବା ବେଳେ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଫଳରେ ବର୍ଷ ବର୍ଷ ଧରି ଆପଣଙ୍କ ନାଁରେ ଥିବା ଫାଇନ୍ ଗଡ଼ି ଚାଲିଛି । ମାତ୍ର ଏବେ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବ ଆଶ୍ୱସ୍ତି।

କାରଣ ସେମାନଙ୍କୁ ଫାଇନ୍ ଟଙ୍କାର ଅଧା ପଇଠ କରିବାକୁ ପଡ଼ିବ । ଆଉ ଅଧା ଛାଡ଼ କରିବେ ସରକାର। ଖୁବ୍ଶୀଘ୍ର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଏହି ନୂଆ ଯୋଜନାର ଘୋଷଣା କରିଛନ୍ତି। ତାହା ଏବେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଯାଇଛି। ସେଠାରେ ଗୃହୀତ ହେବା ପରେ ଏହା ଆଇନ୍ରେ ପରିଣତ ହୋଇଯିବ ।

ପ୍ରତିଦିନ ବହୁ ସଂଖ୍ୟାରେ ଟ୍ରାଫିକ ଚାଲାଣ କଟୁଛି। ମାତ୍ର ଏହା ପଇଠ କରିବାକୁ ଲୋକେ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ତଥା ଫାଇନ୍ ଆଦାୟ ନିମନ୍ତେ ସରକାର ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହା କେବେ ଆଇନ୍ରେ ପରିଣତ ହେଉଛି ତାହା ଉପରେ ସମସ୍ତଙ୍କ ଆଖି ।

ଏହାଦ୍ୱାରା ଲୋକଙ୍କର ଟ୍ରାଫିକ ନିୟମ ପ୍ରତି ସମ୍ମାନ ଓ ଆଗ୍ରହ ବଢ଼ିବ । ଏଥିସହ ସଡ଼କରେ ଟ୍ରାଫିକ୍ ବ୍ୟବସ୍ଥା ବି ସୁଧୁରିବ ବୋଲି ଆଶା କରାଯାଉଛି। ଦିଲ୍ଲୀ ସଡ଼କରେ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ ଓ ସୁଦୃଢ କରିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାକୁ ରାଜଧାନୀବାସୀ ସକରାତ୍ମକ ରୂପେ ଗ୍ରହଣ କରିବେ ବୋଲି ସରକାର ଆଶା ରଖିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button