ସ୍ୱାସ୍ଥ୍ୟ

ବିପଦରେ ଯୁବବର୍ଗ: ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ, ଜାଣନ୍ତୁ ପୁରା ଖବର

ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା ଦେଶରୁ ଭାରତକୁ ଆସିଥିଲେ। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି।

ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏହା ବର୍ତ୍ତମାନ ନିୟନ୍ତ୍ରିତ ନ ହୁଏ ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଶ୍ଚିତ କରିଛି ମଙ୍କିପକ୍ସ ସଂକ୍ରମଣ ଯୌନ ସମ୍ପର୍କ ମାଧ୍ୟମରେ ହୋଇପାରେ। ସଂଗଠନ କହିଛି ବେଲଜିୟମ ବ୍ୟକ୍ତି ମାର୍ଚ୍ଚରେ କଙ୍ଗୋ ଗସ୍ତ କରିଥିଲେ ଏବଂ ମଙ୍କିପକ୍ସ ପାଇଁ ପଜିଟିଭ ପରୀକ୍ଷା କରିଥିଲେ। ସଂକ୍ରମିତ ବ୍ୟକ୍ତି ସମଲିଙ୍ଗୀ ଏବଂ କଙ୍ଗୋରେ ଅନେକ ଲୋକଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିଲା।

Monkey fox

ବେଲଜିୟମର ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅନ୍ୟ ପାଞ୍ଚଜଣଙ୍କୁ ମଧ୍ୟ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ଭିତ୍ତିକରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହା ନିଶ୍ଚିତ କରିଛି। ବୈଜ୍ଞାନିକମାନେ କହିଛନ୍ତି ଏହା ହେଉଛି ପ୍ରଥମ ପ୍ରମାଣ ଯାହା ଦର୍ଶାଉଛି ମଙ୍କିପକ୍ସ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ, ଯଦିଓ ସଂଗଡନ ପକ୍ଷରୁ ପୂର୍ବରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ସାଧାରଣତଃ ସଂକ୍ରମଣର ଲକ୍ଷଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ତଥାପି, ଉପଯୁକ୍ତ ଚିକିତ୍ସା କରି ଶୀଘ୍ର ଏଥିରୁ ମୁକ୍ତି ପାଇପାରିହେବ। ମଙ୍କିପକ୍ସ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କୁ ହାଇଡ୍ରେଟେଡ୍ ରହିବା ସହିତ, ସଠିକ୍ ଭାବରେ ଖାଇବାକୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ପରାମର୍ଶ ଦିଆଯାଇଛି।

ମଙ୍କିପକ୍ସ ଦ୍ବାରା ସଂକ୍ରମିତ ଲୋକମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲକ୍ଷଣ ଦେଖାଇପାରେ। ସେଥି ମଧ୍ୟରୁ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, କାଶ, ମାଂସପେଶୀ ଯନ୍ତ୍ରଣା, ଶରୀରରେ କମ୍ପନ ଭଳି ଲକ୍ଷଣ ରହିଛି। ଏହି ରୋଗ ସଂକ୍ରମିତ ବ୍ୟକ୍ତି କିମ୍ବା ପଶୁ ସହିତ ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button