ରିଲେସନସିପ୍ ରେ କିସିଂ କରିବା ଅଭ୍ୟାସ ଏଭଳି ଭାବେ ଯୌନ ଜୀବନକୁ ପ୍ରଭାବିତ କରିଥାଏ, ରିସର୍ଚ୍ଚରୁ ହେଲା ବଡ଼ ଖୁଲାସା…

କିସିଂ (kissing) ଅଥବା ଚୁମ୍ବନ ଏହା ମଣିଷ ଜୀବନର ଏକ ରହସ୍ୟ ଠାରୁ କମ ନୁହେଁ। ଏହା ମଣିଷ ଭାବନାର ଏକ ପ୍ରକାର ପରିପ୍ରକାଶ ଅଟେ ବୋଲି କୁହାଯାଏ। ଏମିତି ଦେଖିବାକୁ ଗଲେ ବିଭିନ୍ନ କ୍ଷେତ୍ରରେ କିସିଂ କରାଯାଏ। କିନ୍ତୁ, ଖାସ୍ କରି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ ଚୁମ୍ବନ କରିବାର ଏକ ସ୍ୱତନ୍ତ୍ର ଅର୍ଥ ରହିଛି। ସେକ୍ସ କରିବା ପୂର୍ବରୁ କିସିଂ କରିଲେ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉତ୍ତେଜିତ ହେବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ସେକ୍ସ କରିବା ସମୟରେ ଗଭୀର କିସିଂ କରିବା ନିହାତି ଜରୁରୀ ଅଟେ। ଏହା ଦ୍ୱାରା ମଣିଷ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ ନିର୍ଗତ ହୋଇଥାଏ। ଏହା ଏଣ୍ଡୋରଫିନ୍ସ,ସେରୋଟୋନିସ ଓ ଡୋପାମିନ ଆଦି ତିନି ପ୍ରକାର କମ୍ପାଉଡକୁ ସକ୍ରିୟ କରାଇଥାଏ।
ଫଳରେ ସେକ୍ସ କରିବା ପାଇଁ ମୁଡ୍ ସୃଷ୍ଟି ହୋଇଥାଏ। ବିଶେଷଜ୍ଞଙ୍କ ଦ୍ଵାରା କରାଯାଇଥିବା ଏକ ସର୍ଭେ ମୁତାବକ ମହିଳାମାନଙ୍କ କ୍ଷେତ୍ରରେ କିସିଂ ଅନେକ ଗୁରୁତ୍ୱ ବହନ କରିଥାଏ। ସେମାନଙ୍କ ଯୌନ ତୃପ୍ତି କ୍ଷେତ୍ରରେ ଏହାର ଗଭୀର ମହତ୍ୱ ରହିଛି। ତେଣୁ ନିଜ ପାର୍ଟନରକୁ ଖୁସି କରିବାକୁ ହେଲେ ସେକ୍ସ ପୂର୍ବରୁ କିସିଂ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ନିତ୍ୟାନ୍ତ ଜରୁରୀ ଅଟେ।
ଖାଲି ଏତିକି ନୁହେଁ ଅନ୍ତରଙ୍ଗ ଚୁମ୍ବନ ଦ୍ୱାରା ତୁମେ ତୁମର ପ୍ରାଣର ଜାଗାରେ ଅନ୍ୟ ପ୍ରାଣକୁ ଠିକ୍ ରେ ପରଖି ତାହାକୁ ସନ୍ତୁଷ୍ଟ କରିବାରେ ସହାୟକ ହୁଅ । କିସିଂ ତୁମର ହୃଦୟ ଏବଂ ଆତ୍ମାର ମୂଳ ସ୍ଥାନକୁ ଆସିଥାଏ କାରଣ ଏହା ପ୍ରେମ ଏବଂ ସ୍ନେହକୁ ପ୍ରକାଶ ଏବଂ ଗ୍ରହଣ କରିବାର ଏକ ସୁନ୍ଦର ଉପାୟ । ଦିନକୁ ଚୁମ୍ବନ କରିବା ଦ୍ୱାରା ଜଣେ ମଣିଷ ରୋଗ ମୁକ୍ତ ରୁହେ ଏବଂ ପ୍ରକୃତରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯିବାରୁ ଦୂରେଇ ରଖେ । ”
ରିସର୍ଚ୍ଚ ରୁ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, କିସିଂ ବେଳେ ଜାଗ୍ରତ ହେଉଥିବା ହର୍ମୋନ ‘କର୍ଟିସୋଲ’ ବିଷୟରେ କହିବାକୁ ଗଲେ, ଚୁମ୍ବନ କର୍ଟିସୋଲ ସ୍ତର ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ । ଚୁମ୍ବନ ଏବଂ ଅନ୍ୟାନ୍ୟ ସ୍ନେହପୂର୍ଣ୍ଣ ଯୋଗାଯୋଗ, ଯେପରି ଆଲିଙ୍ଗନ କରିବା ଏବଂ “ମୁଁ ତୁମକୁ ଭଲ ପାଏ” କହିବା, ଚାପ ପରିଚାଳନା ସହିତ ଜଡିତ ଶାରୀରିକ ପ୍ରକ୍ରିୟାକୁ ପ୍ରଭାବିତ କରେ ।