ଦେଶ ବିଦେଶ

ଅଭିନେତ୍ରୀ ରଣ୍ୟା ରାଓ ମାମଲା: ମୋଟ୍‌ ୧୭.୨୯ କୋଟି ଟଙ୍କା, ସୁନା ଜବତ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତ୍ରୀ ରଣ୍ୟା ରାଓ ଗତ ସୋମବାର ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ କିଲୋ ସୁନା ସହ ଧରା ପଡ଼ିଥିଲେ।  ବରିଷ୍ଠ ଆଇପିଏସ୍‌ ଅଫିସର ରାମଚନ୍ଦ୍ର ରାଓଙ୍କ ଝିଅ ରଣ୍ୟା ରାଓ ଏବେ ଗିରଫ ‌ହୋଇ ହାଜତରେ ଥିବାବେଳେ ସେ ଜାମିନପାଇଁ ଆବେଦନ କରିଛନ୍ତି।  ଅର୍ଥନୈତିକ ଅପରାଧ କୋର୍ଟ ରାଓଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି।    କନ୍ନଡ଼ ଫିଲ୍ମ ଅଭିନେତ୍ରୀ ରଣ୍ୟା ରାଓଙ୍କଠାରୁ ଏ ପର୍ଯ୍ୟନ୍ତ ମୋଟ୍‌ ୧୭.୨୯ କୋଟି ଟଙ୍କାର ସୁନା ଗହଣା ଏବଂ ଟଙ୍କା ଜବତ କରାଯାଇଛି।

ବର୍ଷକରେ ୨୭ ଥର ଦୁବାଇ ଯାଇଛନ୍ତି
ଚୋରାଚାଲାଣ ପାଇଁ ମୋଟା ଅଙ୍କର ‌କମିସନ ନେଉଥିଲେ

ସୋମବାର କେମ୍ପେଗୌଡ଼ା ବିମାନବନ୍ଦରରୁ ୧୨.୮୬ କୋଟି ଟଙ୍କାର ସୁନା ଜବତ ହୋଇଥିବା‌ବେଳେ ଏହାପରେ ରଣ୍ୟା‌ଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ଚଢ଼ଉ କରି ଡିଆରଆଇ ଅଧିକାରୀମାନେ ୨.୦୬ କୋଟି ଟଙ୍କାର ଗହଣା ଏବଂ ୨.୬୭ କୋଟି ନଗଦ ଟଙ୍କା ଜବତ କରିଥିଲେ।  ରଣ୍ୟା ରାଓ ଏବେ କଷ୍ଟମ୍‌ସ ଆଇନ ୧୯୬୨ର ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ଗିରଫ ହୋଇଛନ୍ତି ଏବଂ ତାଙ୍କୁ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି। ରଣ୍ୟା ବର୍ଷକରେ ୨୭ ଥର ଦୁବାଇ ଗସ୍ତ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ରାଓ ଏକ ସୁନା ଚୋରାଚାଲାଣ ନେଟ୍‌ୱର୍କର ଅଂଶ ଥିଲେ ଏବଂ ଦୁବାଇରୁ ବେଙ୍ଗାଲୁରୁକୁ ଚୋରାଚାଲାଣ ପାଇଁ ମୋଟା ଅଙ୍କର କମିସନ ନେଉଥିଲେ। ସୂଚନାନୁଯାୟୀ, ରାଓ ପ୍ରତି କିଲୋଗ୍ରାମ ସୁନା ପାଇଁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା କମିସନ ନେଉଥିଲେ।  ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମା‌ତ୍ର ୧୫ ଦିନରେ ୪ ଥର ଦୁବାଇ ଯିବାରୁ ସେ ସନ୍ଦେହ ଘେରକୁ ଆସିଥିଲେ।  ଅଧିକାଂଶ ସୁନା ସେ ପିନ୍ଧିକି ଆସନ୍ତି ଏବଂ ଆଉ ବାକି ସୁନା ‌ସେ ନିଜ ପୋଷାକରେ ଲୁଚାଇ ଆଣନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button