କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗର ପ୍ରଥମ ଚାମ୍ପିୟନ

ମୁମ୍ବାଇ: ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ପ୍ରଥମ ଚାମ୍ପିୟନ ହୋଇଛି | ବ୍ରବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଟାଇଟଲ୍ ଜିତିଛି ମୁମ୍ବାଇ । ଟସ୍ ଜିତି ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।

ବିଜୟ ସୂଚକ ଶଟ୍‌ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ନାତାଲି ସ୍କିଭର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ ୬୦ ରନ୍ କରି ଅପରାଜିତ ରହିଥିଲେ ।

ମହିଳା ପ୍ରିମିୟର ଲିଗ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୬ କୋଟି ଟଙ୍କା ପୁରସ୍କାର ରାଶି ପାଇଛି। ରନର୍ସ ଅପ୍ ଦିଲ୍ଲୀ ୩ କୋଟି କୋଟି ଟଙ୍କା ପାଇଥିବା ବେଳେ ଏଲିମିନେଟରରେ ହାରିଥିବା ତୃତୀୟ ସ୍ଥାନରେ ରହିଥିବା ୟୁପି ୱାରିୟର୍ସ ୧ କୋଟି ଟଙ୍କା ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଜାଏଣ୍ଟସ୍ ଦଳକୁ କୌଣସି ପୁରସ୍କାର ରାଶି ମିଳିନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button