ଜୀବନଶୈଳୀ

ଶରୀରର କେଉଁ ଜାଗାରେ କଳାଜାଇ ଥିଲେ ମହିଳାଙ୍କୁ ସୌଭାଗ୍ୟବତୀ କୁହାଯାଏ ,ଜାଣନ୍ତୁ କେଉଁଠି ରହିଲେ ଶୁଭ ଏବଂ କେଉଁଠି ଅଶୁଭ

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସଂସାରର ସବୁ ମନୁଷ୍ୟଙ୍କ ଶରୀରରେ କଳାଜାଇ ଦେଖା ଯାଇଥାଏ ଏହି କଳାଜାଇ ଆପଣଙ୍କ ଭାଗ୍ୟ ,ଭବିଷ୍ୟ ,ଶୁଭତ୍ୱ ଏବଂ ଆପଣଙ୍କ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇ ଥାଏ କିନ୍ତୁ ଶରୀରରେ ଥିବା ସମସ୍ତ କଳା ଜାଇ କେବଳ ଶୁଭ ହେବ ଆପଣଙ୍କୁ ଲାଭ ହିଁ ଦେବ ଏହା ବିଲକୁଲ ଠିକ ନୁହେଁ | ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି କେତେ କଥା କୁହାଯାଇଛି ଯାହାକି କଳାଜାଇକୁ ଜଡ଼ିତ କିଛି ରହସ୍ୟ ଯୋଡ଼ି ହୋଇ ରହିଛି | ଯଦି ଆପଣ କୌଣସି ବ୍ୟକ୍ତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେ କେତେ ଭାଗ୍ୟ ଶାଳୀ ଅଟେ ଆପଣ ଏହି ତଥ୍ୟର ସାହାଯ୍ୟ ଅବଶ୍ୟ ନେଇପାରିବେ | ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହା ଯାଇଥିବା କଳାଜାଇ ଏବଂ ସ୍ଥାନ ବିଷୟରେ |

ନମ୍ବର 1 ନାକ ଉପରେ କଳାଜାଇ ହେବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ନାକ ଉପରେ କଳାଜାଇ ଥାଏ ଏପରି ବ୍ୟକ୍ତି ସ୍ୱାଭିମାନୀ ହୋଇଥାଆନ୍ତି ସେ ସର୍ବଦା ନିଜର ଦୃଢ଼ ଇଛା ଶକ୍ତି ଦ୍ୱାରା ଆଗକୁ ବଢ଼ି ଥାଆନ୍ତି | ନାକ ଉପରେ କଳାଜାଇ ରହିବା ହେତୁ ଏମାନଙ୍କ ସ୍ଵଭାଵ ଟିକେ ନଖରା ଦେଖାଇବା ଭଳି ହୋଇଥାଆନ୍ତି ଏମାନଙ୍କ ମନ ବିଲକୁଲ ସଫଳ ହୋଇଥାଏ | ମହିଳା ହୁଅନ୍ତୁ କି ପୁରୁଷ ଏମାନେ ପ୍ରଗତିର ମାର୍ଗରେ ଆଗକୁ ବଢ଼ି ପାରନ୍ତି ଏବଂ ଯାହା ପ୍ରତିଜ୍ଞା କରିଥାଆନ୍ତି ତାହାକୁ ସଫଳ କରି ଦେଖାଇଥାଆନ୍ତି |

ନମ୍ବର 2 ହାତର ପାପୁଲି ମଝିରେ କଳାଜାଇ ରହିବା ଏମିତି ବ୍ୟକ୍ତିଙ୍କୁ ବହୁତ ଶୁଭ ମନାଯାଏ ଶାସ୍ତ୍ର ଅନୁସାରେ ଏମାନଙ୍କ କୌଣସି କାର୍ଯ୍ୟ କେବେବି ରୋକି ନଥାଏ କିନ୍ତୁ ଏମାନଙ୍କ ଭାଗ୍ୟ ଉଦୟ ବିବାହ ପରେ ହୋଇ ପାରିଥାଏ | ଯଦି ଧନର କଥା ହେବା ତ ଏମାନଙ୍କ ପାଖରେ ଧନର କେବେ ହେଲେ କମି ରହିନଥାଏ ଏମିତି ବ୍ୟକ୍ତି ସ୍ୱଭାବରେ ମନ ମୋହିନେଲା ଭଳି ବ୍ୟକ୍ତି ଅଟନ୍ତି |

ନମ୍ବର 3 ଗୋଡ଼ର ପାଦର ଆଙ୍ଗୁଠିରେ କଳାଜାଇ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟ ଏବଂ ଧନର ଲାଭ ଅବଶ୍ୟ ମିଳିଥାଏ କିନ୍ତୁ ଏମିତି ବ୍ୟକ୍ତି ବୁଲାବୁଲି କରିବା ଏବଂ ମୌଜ ମସ୍ତି କରିବାରେ ଇଛା ରଖିଥାଆନ୍ତି | ଏହି କାରଣରୁ ଏମାନଙ୍କ ପାଖରେ ଧନ କେବେବି ରହିନଥାଏ କିନ୍ତୁ ଏମାନେ ଜୀବନକୁ ଖୁବ ଉପଭୋଗ କରିଥାଆନ୍ତି |ଏମିତି ବ୍ୟକ୍ତି ମନରୁ ଚଞ୍ଚଳ ସ୍ୱଭାବର ହୋଇଥାଆନ୍ତି |

ନମ୍ବର 4 ହାତର ମଝି ଆଙ୍ଗୁଳିରେ କଳାଜାଇ ରହିବା ଏପରି କଳାଜାଇ ବହୁତ ଲୋକଙ୍କ ହାତରେ ଦେଖା ଯାଇଥାଏ ଏବଂ ଯେଉଁ ବ୍ୟକ୍ତି ହାତରେ ଏଭଳି କଳା ଜାଇ ରହିଥାଏ ଏପରି ବ୍ୟକ୍ତି କର୍ମ ଏବଂ ସ୍ଵଭାବର ଦୁଇଟିରେ ଧନୀ ହୋଇ ଥାଆନ୍ତି। ଏପରି ବ୍ୟକ୍ତି ନିଜ ଭାଗ୍ୟ ନିଜେ ଲେଖିବାକୁ ଇଛା ରଖିଥାଆନ୍ତି।

ନମ୍ବର 5 ଗଳାରେ କଳାଜାଇ ରହିବା ଏମିତି ବ୍ୟକ୍ତିଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବୁଦ୍ଧିମାନ ମନା ଯାଇଥାଏ ଏପରି ବ୍ୟକ୍ତି ଜୀବନରେ ନିଜର ବୁଦ୍ଧି ଦ୍ୱାରା ଧନ ଅର୍ଜନ କରିଥାଆନ୍ତି ଏବଂ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିଥାଆନ୍ତି | ଯେଉଁ ମହିଳାଙ୍କ ଗଳାରେ କଳା ଜାଇ ରହିଥାଏ ଏପରି ମହିଳା ସୌନ୍ଦର୍ଯ୍ୟରେ ଧନୀ ହୋଇଥାଆନ୍ତି | ସୌନ୍ଦର୍ଯ୍ୟ ଏବଂ ବୁଦ୍ଧି ଦ୍ୱାରା ପରିପୂର୍ଣ୍ଣ ଏପରି ମହିଳା ଜୀବନରେ ସଫଳତା ପ୍ରାପ୍ତି କରିଥାଆନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button