ଦେଶ ବିଦେଶ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେଶଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ସଂଯୋଜକ ହିମେଶ ରେଶମିଆଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବୁଧବାର ରାତିରେ ତାଙ୍କ ପିତା ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବିପିନ୍ ରେଶମିଆଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ୮୭ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସଂଗୀତ ନିର୍ଦ୍ଦେଶକ ତଥା ନିର୍ମାତା ସେପ୍ଟେମ୍ବର ୧୮(ବୁଧବାର) ରାତି ୮.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଜଣାଯାଇଛି | ବିପିନଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହିମେଶଙ୍କ ପିତା ଶ୍ୱାସକ୍ରିୟା ଏବଂ ବୟସ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ବୋଲି ଜଣାପଡ଼ିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ହିମେଶ ରେଶମିଆଙ୍କ ବନ୍ଧୁ ଫ୍ୟାଶନ ଡିଜାଇନର୍ ବନିତା ଥାପର ତାଙ୍କ ପିତା ବିପିନ ରେଶମିଆଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ହଁ, ସେ ଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ବିପିନ ରେଶମିୟା ମୋ ବାପାଙ୍କ ଭଳି ଥିଲେ। ଯେତେବେଳେ ସେ ଟିଭି ସିରିଏଲ ତିଆରି କରୁଥିଲେ ସେତେବେଳଠୁ ମୁଁ ତାଙ୍କୁ ବାପା ବୋଲି କହୁଥିଲି। ପରେ ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଏବଂ ପରେ ହିମେଶ ତାଙ୍କ ପଥ ଅନୁସରଣ କଲେ।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button