ଓଡିଶା

ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ରାମ ନବମୀ ନୀତି

ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେଇଥିଲେ। ଶ୍ରୀଜୀଉଙ୍କ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା। ଶ୍ରୀରାମ ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପନୀତି ଶେଷହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇ ଥିଲା ।

ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇ ଥିଲା। ଏହାପରେ ଦକ୍ଷିଣ ଘରୁ ଚଳନ୍ତି ବିଗ୍ରହ ଶ୍ରୀରାମ ଙ୍କୁ ଜନ୍ମ କୋଠି କୁ ବିଜେ କରାଯାଇ ଥିଲା।।୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଥିଲେ । ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରା ଯାଇଥିଲା। ଏହା ପରେ ପୂଜାପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାର ଠାରେ ଚରୁଭାତ ମଣୋହୀ କରାଇଥିଲେ।ଜନ୍ମ ବିଧି ଶେଷ ହେବା ପରେ ଶ୍ରୀରାମଚନ୍ଦ୍ର ଦକ୍ଷିଣ ଘରକୁ ବିଜେ କରିଥିଲେ।ଏହାପରେ ଶ୍ରୀଜୀଉ ମାନଙ୍କ ବଡ଼ସିଂହାର ନୀତି ବଢିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button