ଓଡିଶା

ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାର ଙ୍କ ଗାଡି.. ଆଉ ତା ପରେ ତହସିଲଦାର ଯାହା କଲେ ଜାଣି ଆପଣଙ୍କ ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ଗୋଟେ ପଟେ ଶଙ୍ଖ ଚିହ୍ନ ବ୍ୟବହାର କରି ଅନୁଗୁଳ ଜିଲ୍ଲା ଭିଡିଓ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ପରେ କେନ୍ଦୁଝର ଜିଲ୍ଲା ତହସିଲ ମଧ୍ୟ ଚର୍ଚ୍ଚାରେ । ଦୁଇ ଜଣ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କେବଳ ଏତିକି ଫରକ ଯେ ଭିଡିଓ ମହାଶୟ ଦଳୀୟ ଚିହ୍ନ ବ୍ୟବହାର କରି ଚର୍ଚ୍ଚାରେ ଆଉ ତହସିଲ ମହାଶଯୟ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ।

ତହସିଲଦାର ସହଯୋଗର ହାତ ବଢାଇ ନ ଥିଲେ ହୁଏତ ତାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇ ଯାଇଥାନ୍ତା । ବିଶେଷ କରି ଦଶମ ବୋର୍ଡ ପରୀକ୍ଷାରେ ସବୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଧାରଣ କରିଥାଏ । ସେଥିପାଇଁ ଛାତ୍ରଛାତ୍ରୀ ମାନେ ଯଥା ସମ୍ଭବ କଠିନ ପରିଶ୍ରମ କରିଥାନ୍ତି । ଛାତ୍ରୀଙ୍କ ମନ ମଉଳି ଯାଇଥିଲା ଆଉ ଭାବିଥିଲେ ତାଙ୍କ 10 ବର୍ଷର ପରିଶ୍ରମ ପାଣିରେ ଯେମିତି ମିଳେଇ ଯିବ ।

କିନ୍ତୁ ଟିକିଏ ସହଯୋଗ ତାଙ୍କ ମନରେ ଭରି ଦେଇଛି ଅସୁମାରି ଖୁସି । କେନ୍ଦୁଝର ଜିଲା କୁଣ୍ଢେଇହୁତା ଗାଁର ଦଶମ ଶ୍ରେଣୀ ଛାତ୍ରୀ ପପିନ ବିଶ୍ଵାଳ । 10ମ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥିଲେ । ଗତ ଡିସେମ୍ବର ମାସରେ ସ୍କୁଲର ବାର୍ଷିକ କ୍ରିଡା ଉଶ୍ଚବ ରେ ଖେଳିବା ସମୟରେ ତାଙ୍କ ବାମ ଗୋଡ ଜଙ୍ଘ ଟି ଭାଙ୍ଗି ଯାଇଥିଲା । ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ବିଶ୍ରାମ କରୁଥିଲେ ପପିନ ।

ଆଗକୁ ମାଟ୍ରିକ ପରୀକ୍ଷା ପାଇଁ ବି ପ୍ରସ୍ତୁତ ଚଲାଇଥିଲେ । କିନ୍ତୁ ତାଙ୍କ ଘର ଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ପାଖାପାଖି 20 କିମି । କେମିତି ପରିକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକେ । କିନ୍ତୁ ତେଲକୁଇ ତହସିଲଦାର ଅଶ୍ଵିନ କୁମାର ନାୟକଙ୍କ ଉଦ୍ୟମରେ ସେ 10ମ ପରିକହ ଦେଇ ପାରିଛନ୍ତି ।

ତହସିଲଦାର ବ୍ୟବହାର କରୁଥିବା ଗାଡି ଛାତ୍ରୀଙ୍କ ଦାଣ୍ଡ ଦୂଆରେ ଲାଗିଲା ଆଉ ସେହି ଗାଡିରେ ପପିନ ପରୀକ୍ଷା ହଲରେ ପହଞ୍ଚିଥିଲେ । ତହସିଲଦାର ଓ ସ୍କୁଲ କର୍ତ୍ତୁପକ୍ଷଙ୍କ ସହଯୋଗରେ ପରିକ୍ଷା ଦେଇ ବେସ ଖୁସି ଅଛନ୍ତି ପପିନ । ଛାତ୍ରୀ ଜଣକ ପାଠ ପଢି ଜୀବନରେ ହୁଏ ତ ବହୁତ ଆଗକୁ ଯାଇ ପାରନ୍ତି । କିନ୍ତୁ ସେ କେବେ ବି ଭୁଲି ପାରିବେ ନାହି ତହସିଲଦାର ଙ୍କ ସାହାର୍ଯ୍ୟ ଓ ସହଯୋଗ ।

ଲୋକ ସେବା ଉଦ୍ଦେଶ୍ୟରେ ଗାଦି ରେ ବସିଥିବା ଏମିତି ବହୁତ କମ ଅଧିକାରୀ ଅଛନ୍ତି ଯେଉଁ ମାନେ ଅନ୍ୟ କଷ୍ଟ ଦେଖି ସହି ପାରନ୍ତି ନାହି । ଆଉ ତାଙ୍କୁ ତୁରନ୍ତ ସାହାର୍ଜ୍ୟ ର ହାତ ବଢନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେ ପ୍ରଶାସୀଙ୍କ ଅଧିକାରୀ ହେଉଛନ୍ତି ଅଶ୍ଵିନୀ କୁମାର ନାୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button