ଓଡିଶା

ଜବାହର ନବୋଦୟ ବିଦ୍ୟାଳୟରେ ଭିଏମସି ଓ ଭିଏସି ବୈଠକ ଅନୁଷ୍ଠିତ

ଭଦ୍ରକ,ଉତ୍କଳ ମେଲ,୧୮/୦୯/୨୪(ଅମୂଲ୍ୟ କୁମାର ମାଝୀ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚାନ୍ଦିମାଳସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ତା ୧୮ ସେପ୍ଟେମ୍ବର ୨୦୨୪ ରିଖ ଦିନ ଭିଏମସି ଓ ଭିଏସି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।ଭଦ୍ରକ ଲୋକସଭା ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ , ମାନ୍ୟବର ବିଧାୟକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଶ୍ରୀ ଅଶୋକ କୁମାର ଦାସ , ମାନନୀୟ ଜିଲ୍ଲାପାଳ ଭଦ୍ରକ , ଶ୍ରୀ ଦିଲ୍ଲୀପ ରାଉତରାୟ  , ବାସୁଦେବପୁର ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାମନ୍ତ , ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମା ଦ୍ୱିବେଦୀ , ଏ.ବି କଲେଜ୍ ବାସୁଦେବପୁରର ଅଧ୍ୟକ୍ଷ ବିଷ୍ଣୁମୋହନ ସ୍ୱାଇଁ  ମାନଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଅଂଶଗ୍ରହଣ କରିଥିଲେ। ସ୍ଵାଗତ ଓ ସମ୍ବର୍ଦ୍ଧନା ଆଦିବାସୀ ନୃତ୍ୟର ତାଳେ ତାଳେ ଓ ଓଡ଼ିଶୀ ନୃତ୍ୟର ପ୍ରଦର୍ଶନ ଦ୍ଵାରା ସମ୍ପନ୍ନ ହୋଇଥିଲା।  ସ୍ଵଚ୍ଛତା ଏବଂ ସେବା କାର୍ଯ୍ୟକ୍ରମ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାୟ ଶୃଙ୍ଖଳା, ଆନ୍ତରିକତା ଓ ସମୟାନୁବର୍ତ୍ତିତାର ଛାତ୍ର ଜୀବନରେ ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ମାନ୍ୟବର ଲୋକସଭା ସାଂସଦ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷ୍ୟ ପ୍ରାପ୍ତି ପାଇଁ  ନିଜ ଆବେଗ କୁ ଅନୁସରଣ କରିବାର ଉପଯୋଗିତା ବିଷୟରେ ବୁଝାଇଥିଲେ। ମାନ୍ୟବର ବିଧାୟକ ଶ୍ରୀ ଦାସ ସମୟର ଉପଯୋଗିତା ଓ ଦେଶରେ ଶିକ୍ଷାର ବିକାଶରେ ନବୋଦୟ ବିଦ୍ୟାଳୟର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି ବୈଠକରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ବିଶ୍ଵନାଥ ଖିଲାର ବିଦ୍ୟାଳୟକୁ ଶିକ୍ଷାର ପ୍ରଗତି ମାର୍ଗରେ ସାମ୍ନା କରିବାକୁ ପଡୁଥିବା ସମସ୍ୟା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ସମସ୍ତ ପ୍ରତିଭାଗୀମାନେ ଏହି ଅନୁଷ୍ଠାନର ବିକାଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ ବିଦାୟ ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button