ବର୍ଷିକିଆ ପ୍ଲାନ୍ ଆଣିଲା BSNL , ୫ ଟଙ୍କା ଖର୍ଚ୍ଚ କରି ପ୍ରତିଦିନ ପାଆନ୍ତୁ ୨GB ଡାଟା

ପବ୍ଲିକ୍ ସେକ୍ଟର ସରକାରୀ ଟେଲିକମ୍ କମ୍ପାନୀ BSNL ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ଉପରେ ଧ୍ୟାନ ଦେଉଛି । ଏହାର କାରଣ ହେଉଛି କମ୍ପାନୀ ବର୍ତ୍ତମାନ ଏହାର ନେଟଓ୍ୱାର୍କର ଉନ୍ନତି ପାଇଁ କାମ କରୁଛି । ନେଟଓ୍ୱାର୍କର କାମ କରିବା ସହିତ BSNL ମଧ୍ୟ ଧୀରେ ଧୀରେ ନିଜର ପୋର୍ଟଫୋଲିଓକୁ ଅପଗ୍ରେଡ୍ କରୁଛି । ଗ୍ରାହକଙ୍କୁ ମହଙ୍ଗା ରିଚାର୍ଜ ପ୍ଲାନ୍ରୁ ମୁକ୍ତି ଦେବା ପାଇଁ BSNL ନିଜ ଲିଷ୍ଟରେ ଅନେକ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଯୋଡୁଛି ।
ଯେହେତୁ ପ୍ରାଇଭେଟ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଳାନର ଦର ବଢ଼ାଇଛନ୍ତି, ସେଥିପାଇଁ BSNL କୁ ଲକ୍ଷ ଲକ୍ଷ ୟୁଜର୍ସ ମିଳିଛନ୍ତି । ଜୁଲାଇ ଏବଂ ଅଗଷ୍ଟ ମାସରେ ପ୍ରାୟ ୩୦ ଲକ୍ଷ ନୂଆ ଗ୍ରାହକ ସରକାରୀ କମ୍ପାନୀରେ ସାମିଲ୍ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ BSNL ଏକ ଦମଦାର ଏବଂ ଜବରଦସ୍ତ ପ୍ଲାନ ଆଣିଛି ।
BSNL ଏଭଳି ପ୍ଳାନକୁ ଲିଷ୍ଟରେ ସାମିଲ୍ କରିଛି ଯାହା ଗ୍ରାହକଙ୍କୁ ପ୍ରତିଦିନ ମାତ୍ର ୫ଟଙ୍କା ମୂଲ୍ୟରେ ଅନଲିମିଟେଡ୍ କଲିଂ, ଡାଟା ଏବଂ SMS ଭଳି ସର୍ଭିସ ଦେଇଛି । କେବଳ ଗୋଟିଏ ରିଚାର୍ଜ ପ୍ଲାନକୁ ନେଇ ଆପଣ ବର୍ଷସାରା ରିଚାର୍ଜ ଅସୁବିଧାରୁ ମୁକ୍ତି ପାଇବେ । ଆସନ୍ତୁ ଜାଣିବା BSNL ର ନୂଆ ପ୍ଳାନ ବିଷୟରେ ।
ପ୍ରତ୍ୟେକ ବଜେଟ୍ ସେଗମେଣ୍ଟର ୟୁଜର୍ସମାନଙ୍କ ପାଇଁ BSNL ର କିଛି ଖାସ୍ ପ୍ଲାନ ଅଛି । ଯଦି ଆପଣ କମ୍ ଦାମରେ ଲମ୍ବା ଭ୍ୟାଲିଡିଟିର ଏକ ପ୍ଲାନ ଖୋଜୁଛନ୍ତି, ତେବେ କମ୍ପାନୀର ୨୩୯୯ ଟଙ୍କା ପ୍ଲାନ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ହୋଇପାରେ । ଏହି ପ୍ଲାନ୍ ଦ୍ବାରା ଆପଣ ପ୍ରତିଦିନ ମାତ୍ର ୫ଟଙ୍କା ମୂଲ୍ୟରେ ଅନେକ ସୁବିଧା ପାଇପାରିବେ ।
BSNL ର ୭୯୯ ଟଙ୍କା ପ୍ଲାନ୍ ହେଉଛି ଏକ ବାର୍ଷିକ ପ୍ଲାନ୍ , ତେଣୁ ଏଥିରେ ୩୬୫ ଦିନର ଲମ୍ବା ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନରେ ଦୈନିକ ୫ଟଙ୍କା ଖର୍ଚ୍ଚ କରି ଦିନସାରା ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍ କଲ୍ କରିପାରିବେ । ଏଥିରେ ଆପଣଙ୍କୁ ଦୈନିକ ୨GB ଡାଟା ମିଳିବ ।
ଯଦି ଆପଣ ଏହି ପ୍ଲାନକୁ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ କଣ୍ଡିସନ ବିଷୟରେ ଜାଣିବା ନିହାତି ଆବଶ୍ୟକ । ପ୍ଲାନରେ ମିଳୁଥିବା କଲିଂ ଏବଂ ଡାଟା ବେନିଫିଟ୍ କେବଳ ପ୍ରଥମ ୬୦ ଦିନ ପାଇଁ ହେବ । କଲିଂ ଏବଂ ଡାଟା ସୁବିଧା ସରିଯିବା ପରେ ମଧ୍ୟ ଆପଣଙ୍କର ସିମ୍ ୩୬୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ । ଆଉଟଗୋଇଙ୍ଗ ସୁବିଧା ପାଇଁ ଆପଣଙ୍କୁ ଅଲଗା ପ୍ଲାନ ନେବାକୁ ପଡିବ । ଏହି ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ଭଲ ଅପ୍ସନ ହେବ ଯେଉଁମାନେ କମ୍ ପ୍ରାଇସରେ ବର୍ଷ ସାରା ସିମ୍ ଆକ୍ଟିଭ୍ ରଖିବାକୁ ଚାହାଁନ୍ତି ।