ଦେଶ ବିଦେଶ

ମୁଚୁକୁନ୍ଦ ଗୁମ୍ଫା

ଗୁଜୁରାଟ ପ୍ରଦେଶର ଜୁନାଗଡ଼ ସହର ନିକଟରେ ଦୃଶ୍ୟମାନ ହେଉଥିବା ଗୀରନାର କ୍ଷେତ୍ର ମଧ୍ୟରେ, ଗୀରନାର ପର୍ବତ ପାଦଦେଶରେ, ଏକ ସୁଦୃଶ୍ୟ ଗୁମ୍ଫା ରହିଛି। ତାହାକୁ ମୁଚୁକୁନ୍ଦ ଗୁମ୍ଫା କୁହାଯାଏ। ଏହି ଗୁମ୍ଫାର ଉଲ୍ଲେଖ ବିଭିନ୍ନ ପୁରାଣରେ ମିଳେ। ପୁରାଣ ଅନୁସାରେ, ପୁଣ୍ୟଭୂମି ମଥୁରାମଣ୍ଡଳ ଥିଲା ଶ୍ରୀକୃଷ୍ଣଙ୍କର ଜନ୍ମଭୂମି। କିନ୍ତୁ ତାଙ୍କର କର୍ମଭୂମି ଥିଲା ଦ୍ୱାରକାମଣ୍ଡଳ।

ତାହାର ସାଂପ୍ରତିକ ନାମ ଗୁଜୁରାଟ। ଏହା ଗୁର୍ଜର ସଂପ୍ରଦାୟଙ୍କର ବାସଭୂମି। ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରତିଷ୍ଠିତ ନୂତନ ରାଜ୍ୟ। ଏଣୁ ପ୍ରାୟ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ କୃଷ୍ଣଙ୍କ ସ୍ମୃତିକୁ ଅବଲମ୍ବନ କରି ଗଢ଼ି ଉଠିଛି ଅନେକ ଧର୍ମକ୍ଷେତ୍ର। ସେଥି ମଧ୍ୟରୁ ଗୀରନାର କ୍ଷେତ୍ର ଓ ଦ୍ୱାରକା କ୍ଷେତ୍ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ‘ଭାଗବତ’ର ବର୍ଣ୍ଣନା ଅନୁଯାୟୀ, ତ୍ରେତୟା ଯୁଗରେ ସୂର୍ଯ୍ୟବଂଶରେ ମୁଚୁକୁନ୍ଦ ନାମରେ ଜଣେ ରାଜା ଥିଲେ। ଏକଦା ଦେବତା ଓ ଅସୁରମାନଙ୍କ ମଧ୍ୟରେ ଘୋର ସମର ହେଲା। ଦେବତାମାନେ ଅସୁରଙ୍କ ଦ୍ୱାରା ପରାଜିତ ହେବାରୁ ସେମାନେ ମହାରାଜ ମୁଚୁକୁନ୍ଦଙ୍କର ଶରଣଭିକ୍ଷା କଲେ। ଧର୍ମାତ୍ମା ମୁଚୁକୁନ୍ଦ ଦେବତାମାନଙ୍କୁ ସହାୟତା କରିବାପାଇଁ ଅସୁରମାନଙ୍କ ସହିତ ଘୋର ସଂଗ୍ରାମରେ ରତ ରହିଲେ। ଏ ଭିତରେ ଅନେକ ବର୍ଷ ବିତିଗଲା। କାର୍ତ୍ତିକେୟ ଜନ୍ମଲାଭ କରି ଦେବସେନାପତି ଦାୟିତ୍ୱ ନେଲା ପରେ, ମୁଚୁକୁନ୍ଦଙ୍କର କାର୍ଯ୍ୟ ଶେଷ ହେଲା।

ସେତେବେଳକୁ ପୃଥିବୀରେ ତ୍ରେତୟା ଯୁଗ ସରି ଦ୍ୱାପର ଯୁଗ ଆରମ୍ଭ ହୋଇଥାଏ। ଦେବତାମାନେ କୃତଜ୍ଞତାବଶତଃ ମୁଚୁକୁନ୍ଦଙ୍କୁ ଜଣାଇଲେ ଯେ ଏ ଭିତରେ ଅନେକ ସମୟ ବିତି ଯାଇଥିବାରୁ ତାଙ୍କର ଆତ୍ମୀୟସ୍ୱଜନ ଆଉ କେହି ପୃଥିବୀରେ ନାହାନ୍ତି। ତେଣୁ ବର୍ତ୍ତମାନ ସେ ନିଜ ଇଚ୍ଛା ଅନୁସାରେ ଦେବତାଙ୍କଠାରୁ କୌଣସି ବର ମାଗିନେଇ ପୃଥିବୀଲୋକକୁ ଯାଆନ୍ତୁ। ଏସବୁ ଶୁଣି ଦୁଃଖୀ ଓ କ୍ଳାନ୍ତ ମୁଚୁକୁନ୍ଦ ଦେବତାମାନଙ୍କୁ ନିଜର କ୍ଳାନ୍ତି ଦୂର କରିବା ନିମନ୍ତେ ନିରବରେ ଶୋଇବା ପାଇଁ ଏକ ନିର୍ଜନ ସ୍ଥାନ ମାଗିଲେ। ଏବଂ ଏହି ବର ମଧ୍ୟ ମାଗିଲେ ଯେ ମୋର ନିଦ୍ରାରେ ବ୍ୟାଘାତ କରି କେହି ଯଦି ମୋତେ ଉଠାଇବ, ସେ ପୋଡ଼ି ପାଉଁଶ ହୋଇଯିବ। ଦେବତାଙ୍କ ନିର୍ଦ୍ଦେଶରେ ମୁଚୁକୁନ୍ଦ ଗୀରନାର ଗିରିର ଏହି ଗୁମ୍ଫାରେ ଆସି ଶୟନ କଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button