ଓଡିଶା

ପୋଲିସକୁ ଖବର ନଦେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୨ ଛେଳି ଚୋରଙ୍କୁ କାବୁ କରି ବେକରେ ମଲା ଛେଳି ପକାଇ ଛେଚିଲେ ଗ୍ରାମବାସୀ

ନୀଳଗିରି,୨୦/୯ : ପୋଲିସକୁ ଖବର ନଦେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ। ୨ ଛେଳି ଚୋରଙ୍କୁ କାବୁ କରି ବେକରେ ମଲା ଛେଳି ପକାଇ ନିର୍ଧୁମ ଛେଚିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଗୁଡିଖୁଳା ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନାନୁଯାୟୀ, ଔପଦା ବ୍ଲକ ଗୁଡିଖୁଳା ଗ୍ରାମର ସୋମା ସିଂ ନାମକ ଜଣେ ବ୍ୟକ୍ତି ୫୦ରୁ ଉର୍ଦ୍ଧ୍ଵ ଛେଳି ପାଳନ କରିଛନ୍ତି।

କୂଳଡ଼ିହା ଅଭୟାରଣ୍ୟ ଦେବଗିର ପାହାଡ଼କୁ ସେ ଛେଳି ଚରାଇବା ପାଇଁ ଯାଆନ୍ତି। ତାଙ୍କ ଶହ ଅନ୍ୟ ଗ୍ରାମବାସୀ ମଧ୍ୟ ଯାଆନ୍ତି। ଛେଳି ଜଙ୍ଗଲରେ କୁଆଡେ ଅନ୍ତର୍ଦ୍ଧ୍ୟାନ ହେଉଥିବା ବେଳେ ଜଙ୍ଗଲରେ ହେଟା ବାଘ ଖାଉଥିବା ସନ୍ଦେହ କରୁଥିଲେ। ବାରମ୍ବାର ଏଭଳି ହେଉଥିବାର ସନ୍ଦେହ ହେବାରୁ ଯୋଜନା ମୁତାବକ ଗ୍ରାମବାସୀ ପୂର୍ବରୁ ଛକି ରହିଥିଲେ। ଏହି ସମୟରେ ପାଟଚଣ୍ଡୀ ଗ୍ରାମର ଗୋବିନ୍ଦ ସିଂ, କଟି ସିଂ, ଦରଗ ସିଂ ତିନି ଜଣ ମିଶି ଛେଳି ଚୋରି କରି ମାଂସ କାଟୁଥିବା ବେଳେ ଗ୍ରାମବାସୀମାନେ ସେମାନେଙ୍କୁ କାବୁ କରିଥିଲେ। ଦରଗ ସିଂ ଓ କଟି ସିଂ ଧରା ପଡିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଥିଲେ।

ଗ୍ରାମବାସୀମାନେ ପୋଲିସକୁ ଖବର ନଦେଇ କଙ୍ଗାରୁ କୋର୍ଟରେ ୨ ଚୋରଙ୍କୁ ଦଣ୍ଡିତ କରିଛନ୍ତି। ମଲା ଛେଳିକୁ ସେମାନଙ୍କ ବେକରେ ପକାଇ ଗ୍ରାମବାସୀମାନେ ନିର୍ଧୁମ ମାଡ଼ ମାରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଜଙ୍ଗଲରେ ଛେଳି ଚରୁଥିବା ବେଳେ ସେମାନେ ଚୋରି କରିଥିବା ସ୍ଵୀକାର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button