ଜୀବନଶୈଳୀ

ସାକ୍ଷାତ ମା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି 5 ଟି ଲକ୍ଷଣ ଥିବା ନାରୀ, ଏମାନେ ଯେଉଁ ଘରକୁ ଯାଆନ୍ତି ତାହାକୁ କରି ଦିଅନ୍ତି ସ୍ଵର୍ଗ

ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଲକ୍ଷ୍ମୀ ମାଙ୍କ ରୂପ ମାନନ୍ତି । ଗୋଟେ ସ୍ତ୍ରୀ ହିଁ ଘରକୁ ସଜାଡି ପାରେ ଓ ତାକୁ ବିଗାଡି ପାରେ ମଧ୍ୟ । ସେଥିପାଇଁ ତ ନାରୀ ନୁହେଁ ତୁ ନାରାୟଣୀ ବୋଲି କଥାରେ କୁହା ଯାଇଛି । ଯଦି ସ୍ତ୍ରୀ ସୁଗୁଣୀ ଅଟେ ତେବେ ଘରର ଉନ୍ନତି ସଙ୍ଗେ ସ୍ଵାମୀର ଉନ୍ନତି ମଧ୍ୟ ହେଇଥାଏ । ଯଦି ସ୍ତ୍ରୀ ଦୁର୍ଗୁଣି ଅଟେ ତେବେ ଘର ସମେତ ସ୍ଵାମୀର ମଧ୍ୟ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ । ଯଦି କୌଣସି ସ୍ତ୍ରୀ ମଧ୍ୟରେ ଏହି ଗୁଣ ଗୁଡିକ ଦେଖା ଯାଇଥାଏ ତେବେ ତାଙ୍କୁ ଭାଗ୍ୟଶାଳୀ ସ୍ତ୍ରୀ କୁହାଯାଏ ।

 

ଆଚାର୍ଯ୍ୟ ଚାଣକ୍ୟଙ୍କର କହିବା ଅନୁସାରେ ଯେଉଁ ସ୍ତ୍ରୀ କଟୁବଚନ କହେ, ସର୍ବଦା ନିନ୍ଦା ଅପବାଦ କରୁଥିବ, ବଡ ଲୋକଙ୍କୁ ବହୁତ ବଡ ବଡ ଯୁକ୍ତିତର୍କ କରୁଥିବ, କଥା କଥା ରେ ଅନ୍ୟକୁ ନିନ୍ଦା ଅପବାଦ ଦେଇଥିବ, ଏବଂ କଥା କଥା ରେ ଝଗଡା କରିବାକୁ ତପ୍ତର ହେଇ ଉଠେ ଏହି ସ୍ତ୍ରୀ ମାନେ ନିଜେ ସ୍ଵାମୀ ଙ୍କ ପାଇଁ ଅଶୁଭ ହେଇଥାନ୍ତି ।

କିଛି ସ୍ତ୍ରୀ ଏମିତି ମଧ୍ୟ ଅଛନ୍ତି, ଯାହାର ସ୍ଵଭାବରେ ଧନ ଜନ ପରିପୂର୍ଣ ହେଇଥାଏ । ଏହି ସ୍ତ୍ରୀ ନିଜ ଘର ଏବଂ ସ୍ଵାମୀ ପାଇଁ ସୌଭାଗ୍ୟର ଅଧିକାରୀ ହେଇଥାନ୍ତି । ଯେଉଁ ସ୍ତ୍ରୀ ମାନଙ୍କ ମଧ୍ୟରେ ଏହି ସ୍ଵଭାବ ଦେଖାଯାଏ ସେ ମା’ ଲକ୍ଷ୍ମୀଙ୍କର ରୂପ ହେଇଥାନ୍ତି । ଆସନ୍ତୁ ଏବେ ଜାଣିବା ସେଇ ସବୁ ସୁଗୁଣ ଗୁଡିକ କଣ ? ସବୁଠୁ ପ୍ରଥମେ ଈଶ୍ବରଙ୍କ ସେବା ଅର୍ଥାତ ଈଶ୍ବରଙ୍କ ନୀତି ନିୟମ ଭାବେ ପୂଜାର୍ଚ୍ଚନା । ଏହା କରିବା ଫଳରେ ଭଗବାନ ସନ୍ତୁଷ୍ଠ ହେବା ସଙ୍ଗେ ସଙ୍ଗେ ଘରର ମଙ୍ଗଳ ହେଇଥାଏ ।

ଘରେ ସୁଖ ଶାନ୍ତି ର ଆଗମନ ହେଇଥାଏ । ସ୍ତ୍ରୀ ଭଗବାନଙ୍କ ଆରାଧନା କରୁଥିବା ଆବଶ୍ୟକ । ସ୍ଵାମୀଙ୍କର ସୁଖ ଦୁଖରେ ସହଯୋଗୀ ହେଇ ପାଦରେ ପାଦ ମିଶେଇ ଚାଲୁଥିବା ଆବଶ୍ୟକ, ଏହା ଫଳରେ ସ୍ବାମୀଙ୍କ ଉନ୍ନତି ହୋଇଥାଏ । ଯେଉଁ ସ୍ତ୍ରୀ ଘରର ଦ୍ଵାରକୁ ଆସିଥିବା ଗୋମାତା ଙ୍କୁ ପ୍ରଣାମ କରି ତାକୁ ଖାଦ୍ଯ ଅର୍ପଣ କରୁଥିବ, ତା ପ୍ରତି ଭଗବାନ ସନ୍ତୁଷ୍ଠ ହେଇଥାନ୍ତି । ଏହା କରିବା ଦ୍ଵାରା ମା ‘କମାଧେନୁ ଙ୍କ ଆଶୀର୍ବାଦ ମିଳିଥାଏ ।

 

ଘରକୁ ଭିକ୍ଷା ମାଗି ଆସିଥିବା ବ୍ୟକ୍ତିଙ୍କୁ ଘଉଡାଇ ନ ଦେଇ ତାଙ୍କୁ ଭିକ୍ଷା ଦେବା ଏବଂ ଉଚିତ ବ୍ୟବହାର କରି କିଛି ଦକ୍ଷିଣା ମଧ୍ୟ ଅର୍ପଣ କରିବା ଏକ ସ୍ଵଭାବବତ୍ତୀ ନାରୀର ଲକ୍ଷଣ ଅଟେ । ଏହି ସ୍ତ୍ରୀ ମାନଙ୍କ ଘର ସଦା ସର୍ବଦା ଧନଯନ ପରିପୂର୍ଣ ହେଇଥାଏ । ଯେଉଁ ସ୍ତ୍ରୀ କଟୁବଚନ କୁହେନୀ ସମସ୍ତଙ୍କ ମନକୁ ନେଇ ଚଳିଥାଏ, କାହାର ନିନ୍ଦା ଅପବାଦ କରି ନଥାଏ ସେ ସ୍ତ୍ରୀଙ୍କ ମଧ୍ୟରେ ଲକ୍ଷ୍ମୀ ବାସ କରନ୍ତି ।

 

ସବୁଠାରୁ ମହତ୍ଵ ଲକ୍ଷଣ ହେଉଛି ସକାଳୁ ତତ୍ପର ଉଠି ଘର ସାଫାସୁତରା କରିବା , ଘରକୁ ଠିକ ଭାବେ ପରିଷ୍କାର ରଖିବା ସଙ୍ଗେ ସଙ୍ଗେ ସ୍ଵାମୀ ପିଲା ମାନଙ୍କ ସମେତ ଅନ୍ୟ ବଡ ଲୋକଙ୍କର ମଧ୍ୟ ସମ୍ମାନ କରିବା, ଏହି ସବୁ ଦ୍ଵାରା ମା’ ଲକ୍ଷ୍ମୀ ସନ୍ତୁଷ୍ଠ ହେଇଥାନ୍ତି । ଏହି ସବୁ ଗୁଣ ଯାହା ପାଖରେ ଦେଖାଯାଏ ସେ ସବୁଠାରୁ ଭାଗ୍ୟଶାଳୀ ହେଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button