ଓଡିଶା

ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ସାହି ପରିକ୍ରମା ଆରମ୍ଭ

ବ୍ରହ୍ମପୁର: ମା’ ସାଆନ୍ତାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଏବେ ଉତ୍ସବ ମୁଖର ହୋଇଉଠିଛି ବ୍ରହ୍ମପୁର ସହର ତଥା ବଡ଼ ବଜାର ଅଞ୍ଚଳ। ଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଆରମ୍ଭ ହୋଇଛି ବୁଢ଼ି ଠାକୁରାଣୀଙ୍କ ସାହି ପରିକ୍ରମା। ଦେବୀଙ୍କ ମୁଖ୍ୟ ଘଟ ଓ ଅନ୍ୟାନ୍ୟ ଘଟଗୁଡିକ ଅସ୍ଥାୟୀ ପୀଠରୁ ବାହାରି କମଳାବାରି ସାହି, ସାଆନ୍ତାଣୀ ସାହି, ମାର୍ଥାପେଟା ସାହି ବୁଲିଥିଲା। ଯାତ୍ରା ମୁଖ୍ୟ ଆୟୋଜକଙ୍କ ପତ୍ନୀ ତଥା ଠାକୁରାଣୀଙ୍କ ମାଆ ବୋଲାଉଥିବା ପି.ଦେବକୀ ମୁଖ୍ୟ ଘଟ ମୁଣ୍ଡରେ ବୋହିଥିଲେ। ପାର୍ଶ୍ବ ଦେବୀମାନଙ୍କ ପ୍ରତିନିଧିତ୍ବ କରୁଥିବା ଅନ୍ୟ ୮ଟି ଘଟକୁ ଦେଶୀବେହେରାଙ୍କ ପରିବାର ମହିଳାମାନେ ମୁଣ୍ଡାଇଥିଲେ।

ପରମ୍ପରା ମୁତାବକ ସାହି ପରିକ୍ରମାର ପ୍ରଥମ ରଜନୀରେ ଦେବୀଙ୍କ ଘଟ ପାରମ୍ପରିକ ଧର୍ମଝଣ୍ଡା (କମଳାବାରି ସାହି), ଦୋଳି ରଥ (ସାଆନ୍ତାଣୀ) ଓ ନାରାୟଣ ରଥ (ମାର୍ଥାପେଟା ସାହି)କୁ ଆମନ୍ତ୍ରଣ କରିଥିଲା। ଶେଷରେ‍ ଅସ୍ଥାୟୀ ପୀଠକୁ ଫେରି ଆସିଥିଲେ ମା।

Related Articles

Leave a Reply

Your email address will not be published. Required fields are marked *

Back to top button