ଓଡିଶା
ନିମ୍ନମାନର ଖାଦ୍ୟ ସହ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା, ଅଭିଯୋଗ କରିବାକୁ ୨୦ କିମି ଚାଲିଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ : ଅଭିଯୋଗ କରିବାକୁ ୨୦ କିମି ଚାଲିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ସହ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ବାସିପୀଠା ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଯୋଗ ନେଇ ୨୦ କିଲୋମିଟର ଚାଲି ଚାଲି ବାରିପଦାରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ ।
ରାତି ୧୨ଟାରୁ ଚାଲିଚାଲି ସକାଳେ ବାରିପଦାରେ ପହଞ୍ଚିଥିଲେ । ଉପଜିଲ୍ଲାପାଳ, ମଙ୍ଗଳ ଅଧିକାରୀ ଓ ପିଡି ଡିଆରଡିଏ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ମଧ୍ୟ ଭିଡିଓ କଲରେ ଛାତ୍ର ମାନଙ୍କ ଅଭିଯୋଗ ଶୁଣିଛନ୍ତି । ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପ୍ରଶାସନ ସହ ଆଲୋଚନା ପରେ ବସ୍ ଯୋଗେ ସ୍କୁଲକୁ ଫେରିଛନ୍ତି ସମସ୍ତ ଛାତ୍ର । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।