ଓଡିଶା

୨୫ରୁ ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଚେତାବନୀ

ଭୁବନେଶ୍ୱର,୨୪/୦୯: ଆସନ୍ତା ୨୫ ତାରିଖରେ ୧୦ ଦଫା ଦାବିରେ ନର୍ସିଂ ଅଫିସର ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଜରୁରିକାଳୀନ ରୋଗୀ ସେବାରେ ବାଧା ନଦେଇ ସମସ୍ତ ହସ୍ପିଟାଲ ସାଧାରଣ ବିଭାଗରେ ନିଜ ଅଧିକାରୀଙ୍କ ଅଫିସ ସମ୍ମୁଖରେ ନର୍ସିଂ ଅଫିସରମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ବି ଦାବି ପୂରଣ ନହେଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ।

ଏହି ଚେତାବନୀ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଦେଇଛି ।

ବରିଷ୍ଠ ନର୍ସିଂ ଅଫିସରଙ୍କର ୨୦୧୩ ପୂର୍ବରୁ ଥିବା ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସୀମାକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରମୋସନାଲ୍ ପୋଷ୍ଟରେ ନିଯୁକ୍ତି, ସିଏଚ୍ଓ ପୋଷ୍ଟରୁ ଫେରାଇ ହସ୍ପିଟାଲରେ ନିୟୋଜିତ, ଡ୍ରେସ୍କୋଡ୍ ପରିବର୍ତ୍ତନ, ଛୁଟି ଅସଙ୍ଗତିକୁ ଦୂର କରିବା ଆଦି ଦାବି ରହିଛି ବୋଲି ସଂଘ କହିଛି । ସଂଘ ରାଜ୍ୟ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ରାଜ୍ୟ ସରକାର ନର୍ସିଂ ଅଫିସରଙ୍କୁ ଉପେକ୍ଷା କରୁଥିବାରୁ ଅଗଷ୍ଟ ୧୪ରୁ ସପ୍ତାହ ବ୍ୟାପୀ ସାରା ରାଜ୍ୟରେ ନର୍ସିଂ ଅଫିସର କଳାବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ ପ୍ରତିବାଦ କରିଥିଲେ । ଆଉ ୨୩ରେ ଭୁବନେଶ୍ୱରରେ ୫ ହଜାରରୁ ଊଦ୍ଧ୍ୱର୍ ନର୍ସିଂ ଅଫିସର ଗଣଧାରଣା ଦେଇଥିଲେ ।

ସେହିଦିନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଏକ ମାସ ପାଇଁ ସ୍ଥଗିତ ରଖାଯାଇଥିଲା । ନର୍ସିଂ ଅଫିସରଙ୍କୁ ସିଏଚ୍ଓ ପଦବିରେ ବିଭିନ୍ନ ଉପକେନ୍ଦ୍ରରେ ନିୟୋଜିତ କରାଯାଉଛି । ସଂଘ ଏହାକୁ ଘୋର ବିରୋଧ କରୁଛି । ଆଉଟ୍ସୋର୍ସିଂ ସଂସ୍ଥା ମାଧ୍ୟମରେ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାନଯାଉ ବୋଲି ମଧ୍ୟ ରାଜ୍ୟ ସଭାନେତ୍ରୀ ଶୁଚିସ୍ମିତା ଦାଶ ଏବଂ ରାଜ୍ୟ ସମ୍ପାଦକ ଅଶ୍ୱିନୀ କୁମାର ଦାସ ଦାବି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button