ଓଡିଶା

୪୪୭୫ ବୋତଲ କଫସିରପ ଜବତ, ୧୭ ଗିରଫ

ରଗଡ଼ : ବରଗଡ଼ ପୁଲିସ ୧୭ ଜଣ କଫ ସିରପ ଚାଲାଣକାରୀଙ୍କୁ ଗିରଫ କରିଛି। ବରଗଡ଼ ଦେଇ ବିପୁଳ ପରିମାଣରେ କଫ ସିରପ ଚୋରାଚାଲାଣ ହେଉଥିବା ସମ୍ପର୍କରେ ପୁଲିସକୁ ଖବର ପାଇଥିଲା। ସେହି ସୂଚନା ଆଧାରରେ ବରଗଡ଼ ପୁରୁଣା ରିଜର୍ଭ ପୁଲିସ ପାଖରେ ୪ ଜଣ ସନ୍ଦିଗ୍ଧ ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ସେମାନେ କଫ ସିରପ ଚାଲାଣରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କ ସୂଚନା ଆଧାରରେ ପୁଲିସ ଆହୁରି ୧୩ ଜଣଙ୍କୁ ଧରିଛି।

ପୁଲିସ ମୋଟ୍ ୧୭ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୪୪୭୫ ବୋତଲ କଫ ସିରପ ଜବତ କରିଛି। ଏହି ନିଶା ବେପାରୀ ଦଳ ଏତେ ପରିମାଣ​‌େ​‌ର କଫ ସିରପ ବରଗଡ଼ ସହରାଞ୍ଚଳରେ ବିକ୍ରି କରିବାକୁ ଆଣିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଆଜି ଏସ୍‌ପି ପ୍ରହଲ୍ଲାଦ ‌ସହାୟ ମିଣା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନବୀନ ପୁରି, ମୋହନ ମେହେର, ବାସୁଦେବ ନେଗୀ, ପ୍ରଫୁଲ ରାଣା, ଦେବେନ୍ଦ୍ର ସାହୁ, ସୁଶୀଳ ବନଛୋର, ରାହୁଳ ବାଗ, କୋଶଳ ସାହୁ, ରଂଜିତ ପାତିକାର, ଆକାଶ ମେହେର, ଜଗଦାନନ୍ଦ ପଧାନ, ଜିତୁ ବାରିକ, ଗୌରାଙ୍ଗ ମେହେର, କିଶୋର ସାହୁ, ପ୍ରଦୀପ ପୋଢ଼, ରତ୍ନମଣି ନାଗ ଓ ହାଡୁ ବେହେରା। ଅଭିଯୁକ୍ତଙ୍କଠାରୁ ଗୋଟିଏ ବୋଲୋରେ (ଓଡି ୩୧ ଏମ ୫୦୧୮), ଗୋଟିଏ ମାରୁତି ସୁଜୁକି, ଗୋଟିଏ ଆର୍ଟିଗା, ଗୋଟିଏ ହୋଣ୍ଡା ଡ୍ରିମ କାର, ୧୨୦ ପାଣି ବୋତଲ, ୧୭୫୦ ଟଙ୍କା, ୩ଟି ମୋବାଇଲ ଫୋନ ‌ପୁଲିସ ଜବତ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button