ବ୍ୟବସାୟ

ଖୁବ ଶୀଘ୍ର ବଜାରକୁ ଆସିବ Yamaha RX100 ର ନୂଆ ଲୁକ, କମ ଦାମ ସହ ଫିଚର ରହିବ ଜବରଦସ୍ତ – Utkal Mail


ୟାମାହା ଏଥର ନିଜର ବାଇକ କୁ ଏକ ନୂଆ ଲୁକ ଦେଇ ବଜାରରେ ଏଣ୍ଟ୍ରି କରାଇବ। ନୂଆ ଜେନେରେସନକୁ ଧ୍ୟାନରେ ରଖି ଏହି ବାଇକର ଡିଜାଇନକୁ ତିଆରି କରାଯାଇଛି।

Yamaha RX100 ଖୁବ ଶୀଘ୍ର ଏକ ନୂଆ ଲୁକରେ ମାର୍କେଟରେ ନଜର ଆସିବ। ଅନେକ ବାଇକ ଲଭର୍ସଙ୍କ ମନ ପସନ୍ଦ ଗାଡ଼ି ଭିତରେ Yamaha ମଧ୍ୟ ରହିଛି। ବାଇକ ଲଭର୍ସ ଏହାକୁ ମୋଟର ସାଇକେଲର ଲିଜେଣ୍ଡ ମାନନ୍ତି।ଦୀର୍ଘ ଦିନରୁ ଏହି ବାଇକକୁ ରିଲଞ୍ଚ କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏବେ ଏହାକୁ ନେଇ ଏକ ନୂଆ ଖୁସି ଖବର ମିଳିବାକୁ ଯାଉଛି। ଧ୍ୟାନ ଦେଇ ଶୁଣନ୍ତୁ..

ୟାମାହା ଏଥର ନିଜର ବାଇକ କୁ ଏକ ନୂଆ ଲୁକ ଦେଇ ବଜାରରେ ଏଣ୍ଟ୍ରି କରାଇବ। ନୂଆ ଜେନେରେସନକୁ ଧ୍ୟାନରେ ରଖି ଏହି ବାଇକର ଡିଜାଇନକୁ ତିଆରି କରାଯାଇଛି। ଏଥିରେ ଫୁଚରିଷ୍ଟିକ ଲୁକ ଦିଆଯାଇଛି। ସୂଚନା ଅନୁସାରେ କମ୍ପାନୀ ନିଜର ଫେମସ ମଡେଲକୁ ନୂଆ ରୂପ ଓ ନୂଆ ନାଁ ଦେବ। ଏଥିରେ ୧୦୦ ବଦଳରେ ୨୦୦ କିମ୍ବା ୟାଠୁ ବି ଅଧିକ ସିସିର ପେଟ୍ରୋଲ ଇଞ୍ଜିନ ମିଳିବ। ତେବେ ଅନେକ ଥର କମ୍ପାନି ନିଜର ଏହି ପପୁଲାର ମଡେଲର ନୁଆ ଲୁକକୁ ଖୁବ ଶୀଘ୍ର ମାର୍କେଟରେ ଲଞ୍ଚ କରିବ ବୋଲି କହିଥିବାବେଳେ ଏଯାଏ ଏହାର ଖୁ ଲାସା ହୋଇପାରିନାହିଁ। ଅନୁମାନ କରାଯାଉଛି ଯେ ଏହି ବାଇକ ୨୦୨୬ରେ ଲଞ୍ଚ ହେବ। ତେଣୁ ଏହି ବାଇକ ଲଭରଙ୍କୁ ୍ରଆଉ ଟିକେ ସମୟ ଅପେକ୍ଷା କରିବାକୁ ପଡ଼ିବ।

ଏହି ବାଇକ ପ୍ରଥମ ଥର ୧୯୮୫ ରେ ଲଞ୍ଚ ହୋଇଥିଲା। ଯାହାକୁ ୧୯୯୬ରେ ବନ୍ଦ କରିଦିଆଯାଇଥିଲା। ଏବେ ନୂଆYamaha RX100 ୪ଟି ଷ୍ଟ୍ରୋକ ଇଞ୍ଜିନ ରେ ମାର୍କେଟକୁ ଆସିବାର ଯୋଜନା ରହିଛି। ଏହା ହାଇ ପାଓ୍ଵାର ଟର୍କ ଜେନେରେଟ କରିଥାଏ। ସୂଚନା ଅନୁସାରେ ଏହାର ଦାମ ୧ ଲକ୍ଷ ରୁ ଆରମ୍ଭ ହେବ, ଯାହାକି ଏକ୍ସ ସୋ ରୁମ ର ଦାମ ରହିବ। ନୂଆ ବାଇକରେ ଏୟାର କୁଲ୍ଟ ବିଏସ୍‌ ୬ ଇଞ୍ଜିନ ରହିବ। ଯେଉଁମାନେ ଲଙ୍ଗରୁଟ ଯାଉଛନ୍ତି ସେମାନଙ୍କୁ ଏହା ହାଇ ପାଓ୍ଵାର ଦେବ ।

ଏହି ବାଇକରେ ରେଟ୍ରୋ ଷ୍ଟାଇଲର ଲୁକ ଆପଣଙ୍କୁ ମିଳିବ। ଏହା ଉଭୟ ଭଲ ଓ ଖରାପ ରୋଡ଼ରେ ହାଇ ପର୍ଫମାନ୍ସ ଦେବ। ଏଥିରେ ଏଲଇଡ଼ି ଲାଇଟ, ଡିଆରଏଲ ଓ ସେଲଫ ଷ୍ଟାର୍ଟ ଅପସନ ଦିଆଯିବ।


Related Articles

Leave a Reply

Your email address will not be published. Required fields are marked *

Back to top button