ଦେଶ ବିଦେଶ

ଭୟଙ୍କର ସଡ଼କ ଦୁର୍ଘଟଣା : ୭ଜଣଙ୍କ ମୃତ୍ୟୁ

ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକର ପଛରେ ପିଟିହେଲା କାର୍। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ, କାରରେ ଯାତ୍ରୀମାନେ ଶ୍ୟାମଳା ଜୀ ମନ୍ଦିର ଦର୍ଶନ କରି ଅହମଦାବାଦ ଫେରୁଥିଲେ। ‌ଏହି ସମୟରେ କାରଟି ଏକ ଟ୍ରକର ପଛରେ ଯାଇ ଧକ୍କା ଦେଇଥିଲା। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ କାରରୁ ଯାତ୍ରୀମାନଙ୍କୁ ବହୁ କଷ୍ଟରେ ବାହାର କରାଯାଇଛି। କାରକୁ କଟରରେ କାଟି ମୃତକମାନଙ୍କୁ ବାହାର କରାଯାଇଛି। କାର ଭିତରେ ମ‌ୋଟ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କର ମୃତ୍ୟୁ ହୋଇଛି। ଟ୍ରକ୍‌ ପଛରେ ପଶିଯିବା ପରେ କାରଟି ଫସି ଯାଇଥିଲା। ଅଗ୍ନିଶମ ବାହିନୀଙ୍କ ସହାୟତା କାରକୁ ବାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button