ଜୀବନଶୈଳୀ

ବୁଦ୍ଧାଦିତ୍ୟ ରାଜଯୋଗ କାରଣକୁ ଏହି ୫ଟି ରାଶିଙ୍କ ବଦଳିଲା ଭାଗ୍ୟ, ସବୁ କ୍ଷେତ୍ର ରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଅଗଷ୍ଟ ୧୬ ସକାଳ ୭ଟା ୪୦ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିଛନ୍ତି । ଯେଉଁ ରାଶିକୁ ଆଜି ସକାଳ ୯ଟା ୪୦ ମିନିଟ୍ ସମୟରେ ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ବୁଦ୍ଧାଦିତ୍ୟ ରାଜଯୋଗ କାରଣକୁ ୫ ରାଶିଙ୍କ ଭାଗ୍ୟ ଆଜିଠାରୁ ବଦଳିବାକୁ ଯାଉଛି । ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।

ମେଷ ରାଶି :

ମେଷ ରାଶି ଜାତକଙ୍କ ପାଇଁ ଜୀବନରେ ସଫଳତାର ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । ବନ୍ଧୁଙ୍କ ସହଯୋଗ ମିଳିବା ସହ କାର୍ଯ୍ୟରେ ଦେଖାଦେଉଥିବା ବାଧା ଦୂର ହେବ । କ୍ୟାରିୟର ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ବିଦେଶ ଯାତ୍ରାର ସମ୍ଭାବନା ରହିଛି ।

ମିଥୁନ ରାଶି :

ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଘରର ସୁଖ ଶାନ୍ତି ବୃଦ୍ଧି ପାଇବ । ଭୂମି ଏବଂ ବାହନ ପ୍ରାପ୍ତିର ଯୋଗ ରହିଛି ।

ସିଂହ ରାଶି :

ଶିକ୍ଷାଗତ କ୍ଷେତ୍ରରେ ସଫଳତା ମିଳିବ । ପୂର୍ବରୁ କରିଥିବା ନିବେଶରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଭୌତିକ ସୁଖରେ ବୃଦ୍ଧି ହେବା ସହ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ ।

କନ୍ୟା ରାଶି :

ଜୀବନରେ କାର୍ଯ୍ୟ କ୍ଷେତ୍ରରେ ଦେଖାଦେଉଥିବା ବାଧା ଦୂର ହେବ । କର୍ମଜୀବି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ରହିବ । ଧନ ଲାଭ ହେବାର ସମ୍ଭାବନା ରହିଛି । ପିଲାଙ୍କ ଠାରୁ କିଛି ଶୁଭ ଖବର ଶୁଣିବାକୁ ମିଳିପାରେ । ବୁଦ୍ଧାଦିତ୍ୟ ରାଜଯୋଗ ସମୟ କନ୍ୟା ରାଶିଙ୍କ ପାଇଁ ଆନନ୍ଦରେ ବିତିବ ।

ଧନୁ ରାଶି :

ବୁଦ୍ଧାଦିତ୍ୟ ରାଜଯୋଗ ଧନୁ ରାଶି ଜାତକଙ୍କ ପ୍ରେମ ସମ୍ପର୍କକୁ ପ୍ରଭାବିତ କରିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବା ସହ ବୃତ୍ତିଗତ ଜୀବନରେ ପ୍ରଗତିର ସମ୍ଭାବନା ଦେଖା ଦେଇଛି । ହଠାତ ଧନ ଲାଭର ଯୋଗ ନିର୍ମିତ ହେଉଛି । ଏହା ସହ ବ୍ୟବସାୟିକ ଲାଭ ପାଇଁ ଶୁଭ ସମୟ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button