ଓଡିଶା
ଦୁର୍ଗାପୂଜା ପାଇଁ ରାସ୍ତା ଉପରେ ତୋରଣ ନିର୍ମାଣ ମନା,ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗା ପୂଜା । ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି । ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗାପୂଜା ପାଇଁ ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇପାରବ ନାହିଁ। ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ହାଇକୋର୍ଟ କହିଛନ୍ତି, ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସରିବ। ପୂର୍ତ୍ତ ବିଭାଗ ସଚିବ ହାଇକୋର୍ଟଙ୍କୁ ଏନେଇ ଅବଗତ କରିଛନ୍ତି। ଆଭାଷୀ ଜରିଆରେ ପୂର୍ତ୍ତ ସଚିବ ହାଜର ହୋଇଥିଲେ। ତେବେ କଟଜ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ରାସ୍ତାର ଦୁରବସ୍ଥାକୁ ନେଇ କଟମ ମହାନଗର ନିଗମ (ସିଏମ୍ସି)କୁ ଭର୍ସନା କରିଛନ୍ତି।