ରାଶିଫଳ

ବୃଷ ରାଶି ଏବଂ ଧନୁ ରାଶି ମଧ୍ୟରୁ କିଏ ଜୀବନରେ ଅଧିକ ଦୁଃଖରେ ରହିଥାନ୍ତି ? ଏହାର କାରଣ କଣ ?

ଆଜି ଆମେ ଜାଣିବା ଜ୍ଯୋତିଷ ଅନୁସାରେ ବୃଷ ରାଶି ଏବଂ ଧନୁ ରାଶି ମଧ୍ୟରୁ କେଉଁ ରାଶି ସବୁଠୁ ବେଶୀ ଦୁଃଖରେ ରହିଥାନ୍ତି । ଶୁକ୍ରଦେବ ବୃଷ ରାଶିର ସ୍ଵାମୀ ଅଟନ୍ତି, ଯିଏକି ସୁଖ ସୁବିଧା, ମନୋରଞ୍ଜନ ଓ କଳା ର କାରକ ହୋଇଥାନ୍ତି । ଏହି କାରଣରୁ ବୃଷ ରାଶିର ବ୍ୟକ୍ତି ଜୀବନର ସବୁ ଭଲ କ୍ଷେତ୍ରରେ ଅର୍ଥାତ କଳା, ସଙ୍ଗୀତ, ମନୋରଞ୍ଜନ, ଭୋଜନ, ଶାରୀରିକ ଓ ଭୌତିକ ସୁଖ ସୁବିଧାର ଇଚ୍ଛା ରଖିଥାନ୍ତି । ଏମାନେ ବିଳାସ ବ୍ୟସନରେ ଜୀବନ କାଟିବାକୁ ଭଲ ପାଆନ୍ତି ।

ଧନ ରୋଜଗାର ମାମଲାରେ ଏମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି । ଧନ ରୋଜଗାର ସହ ଧନ ସଞ୍ଚୟ କରିବାର ପ୍ରବୃତ୍ତି ଏମାନଙ୍କ ଠାରେ ରହିଥାଏ । ଏମାନେ ସ୍ବାବଲମ୍ବୀ, ଉଚ୍ଚାଭିଳାଷୀ, ପରିଶ୍ରମୀ, ସୌନ୍ଦର୍ଜ୍ୟ ପ୍ରେମୀ, ଉଦାର ଏବଂ ଶାନ୍ତ ସ୍ଵଭାବର ହୋଇଥାନ୍ତି । ବୃଷ ପୃଥିବୀ ତତ୍ତ୍ଵର ରାଶି ଏବଂ ବଳଦ ଏହାର ପ୍ରତୀକ । ଏମାନଙ୍କ ଠାରେ ଦୃଢ ଇଚ୍ଛାଶକ୍ତି ରହିଥାଏ ଓ ଏମାନେ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି ।

ଏମାନେ କୌଣସି କାମ କରିବାକୁ ପଛକୁ ହଟନ୍ତି ନାହିଁ ଏବଂ ବାଧ୍ୟବଶତଃ କୌଣସି କାମ ଏମାନଙ୍କୁ କରେଇ ହୁଏନି । ଏମାନେ ମିଛ କହିବାକୁ ପସନ୍ଦ କରନ୍ତିନି ଏବଂ ସବୁବେଳେ ନିଜ କଥା ରକ୍ଷା କରନ୍ତି । କିନ୍ତୁ ଏମାନେ ଜିଦି ପ୍ରକୃତିର ହୋଇଥାନ୍ତି । ଏମାନେ ବେଶ ପରିଶ୍ରମୀ ହୋଇଥାନ୍ତି ଓ ନିଜର ଇଚ୍ଛା ପୂରଣ କରିବାକୁ କଠୋର ପରିଶ୍ରମ କରିଥାନ୍ତି । ଏମାନେ ନିଜ ଭବିଷ୍ୟତକୁ ନେଇ ସର୍ବଦା ସକାରାତ୍ମକ ରହିଥାନ୍ତି ।

ଧନ ରାଶିର ସ୍ଵାମୀ ଅଟନ୍ତି ଦେବଗୁରୁ ବୃହସ୍ପତି । ଯିଏକି ଧର୍ମ, ଆଧ୍ୟାତ୍ମ ଓ ଜ୍ଞାନର କାରକ ହୋଇଥାନ୍ତି । ଏହି କାରଣରୁ ଧନୁ ରାଶିର ବ୍ୟକ୍ତି ସବୁଠୁ ଅଧିକ ଧାର୍ମିକ, ଜ୍ଞାନୀ, ସଚ୍ଚୋଟ ଓ ବିଶ୍ବାସଯୋଗ୍ୟ ହୋଇଥାନ୍ତି । ଏମାନେ ସରଲା ସ୍ଵଭାବର ହେବାସହ ଏମାନଙ୍କ ଲକ୍ଷ୍ୟ ଧନୁ ପରି ସ୍ପଷ୍ଟ ହୋଇଥାଏ ।

ଏମାନେ ଜୀବନରେ ବଡ ବଡ ଲକ୍ଷ୍ୟ ରଖିଥାନ୍ତି ଏବଂ ଥରେ ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପରେ କାହା କଥା ଶୁଣନ୍ତି ନାହିଁ । ଏମାନେ ଲକ୍ଷ୍ୟ ଠାରୁ ପଛକୁ ହଟିବା ଅପେକ୍ଷା ପ୍ରତ୍ଯେକ ପରିସ୍ଥିତିର ସମୁଖୀନ ହେବାକୁ ପସନ୍ଦ କରନ୍ତି । ଏମାନେ ନିଜ ସ୍ଵପ୍ନକୁ ସତ କରିବାର କ୍ଷମତା ରଖନ୍ତି ଏବଂ ଆଧ୍ୟାତ୍ମ, ସାହିତ୍ଯ, ଶିକ୍ଷା ଓ ଧର୍ମ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି ।

ଏମାନେ ନ୍ୟାୟପ୍ରିୟ ଓ ବିଶ୍ଵାସୀ ହୋଇଥାନ୍ତି ଏବଂ ଉଦାର ହୃଦୟ କାରଣରୁ ସମସ୍ତଙ୍କୁ ଖୁସି ଦେଖିବାକୁ ଇଚ୍ଛା ରଖିଥାନ୍ତି । ଏମାନେ ଶାରୀରିକ ପରିଶ୍ରମ ଅପେକ୍ଷା ମାନସିକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରନ୍ତି । ଏମାନେ ଯେକୌଣସି କାର୍ଯ୍ୟ କରିବାକୁ ମଧ୍ୟ ଭୟ କରନ୍ତି ନାହିଁ ।

ଏମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି କିନ୍ତୁ ଥରେ କ୍ରୋଧ ଆସିଲେ ତାଙ୍କୁ ଅଟକାଇବା କଠିନ ହୋଇଥାଏ । ଏମାନେ ସମସ୍ତଙ୍କ ପ୍ରତି ହିତକାରୀ ହୋଇ ରହିବାକୁ ପସନ୍ଦ କରନ୍ତି । ହେଲେ ଅନ୍ୟକୁ ସାହାଯ୍ୟ କରୁ କରୁ କେବେ କେବେ ନିଜର କ୍ଷତି କରି ଦେଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button