ଦେଶ ବିଦେଶ

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ : କାନପୁରରେ ପ୍ରବଳ ବର୍ଷା, ହୋଟେଲକୁ ଫେରିଲେ ଦୁଇ ଟିମର ଖେଳାଳି

ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନରେ ବର୍ଷା ଯୋଗୁଁ ମାତ୍ର ୩୫ ଓଭର ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ କରିବା ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩ ଓ୍ୱିକେଟ ହରାଇ ୧୦୭ ରନ୍‌ କରିଛି ।

ଦ୍ୱିତୀୟ ଦିନରେ ମ୍ୟାଚରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ।

ବର୍ଷା ଯୋଗୁଁ ଦୁଇଟି ଯାକ ଟିମ୍‌ ଷ୍ଟାଡିୟମରୁ ହୋଟେଲକୁ ଫେରିଛି । ଲଞ୍ଚ ବେଳକୁ ଖେଳ ଆରମ୍ଭ ହେବା ଅସମ୍ଭବ ଦେଖାଦେଇଛି । ବର୍ଷା ଆହୁରି ହେବା ସମ୍ଭାବନା ରହିଛି । ଏଥିପାଇଁ କଭର ମଧ୍ୟ ହଟାଯାଇନାହିଁ ।

କାନୁପରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଟସ୍‌ ପଡ଼ି ପାରି ନଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩ ଓ୍ୱିକେଟ ହରାଇ ୧୦୭ ରନ୍‌ କରିଛି । ମୋମିନୁଲ ହକ ୪୦ ଓ ଅଭିଜ୍ଞ ମୁଶଫିକର ରହିମ ୬ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି । ପ୍ରଥମ ଦିନରେ ମୋଟ ୩୫ ଓଭର ଖେଳା ଯାଇଥିବା ବେଳେ ଭାରତ ପାଇଁ ଆକାଶ ଦୀପ ୨ଟି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି।

କାନୁପରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଟସ୍‌ ପଡ଼ି ପାରି ନଥିଲା। ଦିନ ୧୦ଟାରେ ପାଗରେ ପରିବର୍ତ୍ତନ ହେବାରୁ ଟସ୍‌ ପଡ଼ିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button