ଦେଶ ବିଦେଶ

କାନରେ ଇୟରଫୋନ ଲଗାଇ ରେଳ ଧାରଣାରେ ଚାଲୁଥିଲେ ୨ ଶ୍ରମିକ, ଚଢ଼ିଗଲା ଟ୍ରେନ

ମାଜ ଡିଜିଟାଲ ଡେସ୍କ: ରାସ୍ତାରେ ଯାଉଥିବାବେଳେ ଇୟରଫୋନ ଲଗାଇ ଗୀତ ଶୁଣିବା କେତେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ। ୨ ଜଣ ଶ୍ରମିକ ରେଳ ଧାରଣାରେ ଯାଉଥିବାବେଳେ କାନରେ ଇୟରଫୋନ ଲଗାଇ ଗୀତ ଶୁଣୁଥିଲେ। ଏହି ସମୟରେ ଟ୍ରେନ ଆସିଯିବାରୁ ଉଭୟଙ୍କର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ଶନିବାର ଭୋର ସମୟରେ କାନପୁରସ୍ଥିତ ରେଳ ଷ୍ଟେସନ ନିକଟରେ ପ୍ରତାପଗଡ଼-କାନପୁର ଇଣ୍ଟରସିଟି ଏକ୍ସପ୍ରେସ ଧକ୍କାରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ପୁଲିସ ସୂଚନା ଅନୁସାରେ ଦୁର୍ଘଟଣା ସମୟରେ ଶ୍ରମିକ ଦୁଇଜଣ କାନରେ ଇୟରଫୋନ ଲଗାଇ ଧାରଣାରେ ଯାଉଥିଲେ। ଗୌରୀଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଦ୍ଵୟ ହେଲେ ସୀତାପୁର ଜିଲାର ପ୍ରମୋଦ ଯାଦବ ଏବଂ ଲକ୍ଷୀମପୁରର ରୋହିତ ବିଶ୍ଵକର୍ମା। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button