ଦେଶ ବିଦେଶ

ଲକ୍ଷଣରୁ ଚିହ୍ନନ୍ତୁ ହାର୍ଟ ଆଟାକ୍, କରନ୍ତୁ ଠିକ୍ ଚିକିତ୍ସା

ରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ଆମର ହାର୍ଟ ବା ହୃତ୍ପିଣ୍ଡ। ଏହା ଏଭଳି ଏକ ଅଙ୍ଗ ଯାହା ଜନ୍ମଠାରୁ ମୃତ୍ୟୁ ଯାଏ ନିରବଛିନ୍ନ ଭାବରେ କାମ କରିଥାଏ। ଏହା ଆମ ଶରୀରର ସମସ୍ତ ଅଙ୍ଗକୁ ରକ୍ତପ୍ରଭାବ କରିଥାଏ। ହାର୍ଟକୁ ନିଜ କାମ କରିବା ପାଇଁ ଆବଶ୍ୟକ ହେଉଥିବା ରକ୍ତ ହାର୍ଟ ମଧ୍ୟରେ ଥିବା ଆର୍ଟି ବା ଧମନୀ ମାଧ୍ୟମରେ ମିଳିଥାଏ।

ମାତ୍ର ଯେତେବେଳ ଏହି ଧମନୀ ଭିତରେ କୋଲେଷ୍ଟ୍ରେଲ୍, ଫ୍ୟାଟ୍ ଓ ଅନ୍ୟାନ୍ୟ ଜିନିଷ ଜମା ହୋଇଥାଏ ସେତେବେଳେ ହାର୍ଟକୁ ଆବଶ୍ୟକ ହେଉଥିବା ରକ୍ତ ସଠିକ୍ ପରିମାଣରେ ମିଳିପାରେ ନାହିଁ। ଫଳରେ ହାର୍ଟର ମାଂସପେଶୀଗୁଡ଼ିକ ଧୀରେଧୀରେ ମରିବାକୁ ଲାଗେ ଯାହାକୁ ସାଧାରଣ ଭାଷାରେ ହାର୍ଟ ଆଟାକ୍ ଓ ଡାକ୍ତରୀ ଭାଷାରେ ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍ ବୋଲି କୁହାଯାଏ।

ହାର୍ଟ ଆଟାକ୍ ପ୍ରାଥମିକ ଲକ୍ଷଣ:
ଯେତେବେଳେ ହାର୍ଟ ଠିକ୍ ଭାବରେ କାମ କରିନଥାଏ, ସେତେବେଳେ ଛାତିରେ ଯନ୍ତ୍ରଣା ହେବା ସହିତ ଧଇଁସଇଁ ଲାଗିବା ଓ ଅଣନିଶ୍ୱାସୀ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହା ସହିତ ହାର୍ଟ ଆଟାକ୍ରେ ଅନ୍ୟ କ’ଣ ସବୁ ଲକ୍ଷଣ ଦେଖାଯାଏ, ଆସନ୍ତୁ ସେ ସମ୍ପର୍କରେ ମଧ୍ୟ ଜାଣିନେବା।

୧. ଛାତିରେ ଯନ୍ତ୍ରଣା : ହାର୍ଟ ଆଟାକ୍ ହେଲେ ପ୍ରାଥମିକ ଲକ୍ଷଣ ଭାବରେ ଛାତିରେ ଯନ୍ତ୍ରଣା ହେବା ସହିତ ଛୁଞ୍ଚି ଫୋଡ଼ିବା ଭଳି ଅନୁଭବ ହୁଏ। ଏହି ଯନ୍ତ୍ରଣା ଗୋଟିଏ ମିନିଟ୍ କମ୍ ସମୟ ପାଇଁ ହୋଇଥାଏ। କିଛି ସମୟ ବ୍ୟବଧାନରେ ଏଭଳି ଯନ୍ତ୍ରଣା ନିୟମିତ ହୋଇଥାଏ।
୨. ଶରୀର ଅନ୍ୟ ଅଙ୍ଗରେ ଯନ୍ତ୍ରଣା: ହାର୍ଟ ଆଟାକ୍ ହେଲେ ଛାତିରେ ହେଉଥିବା ଯନ୍ତ୍ରଣା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସଂଚାରିତ ହୋଇଥାଏ। ସାଧାରଣତଃ ଏହି ଯନ୍ତ୍ରଣା ହାତ, କାନ୍ଧ, ବେକ, ହନୁହାଡ଼ ଏବଂ ପାକସ୍ଥଳୀକୁ ମଧ୍ୟ ସଂଚାରିତ ହୋଇଥାଏ
୩. ଅଣନିଶ୍ୱାସୀ ଲାଗିବା : ହାର୍ଟ ଆଟାକ୍ ବେଳେ କେତେକ ରୋଗୀଙ୍କୁ ନିଶ୍ବାସ ନେବା ବେଳେ ଅସୁବିଧା ହୁଏ। ଛାତି ଯନ୍ତ୍ରଣା ସହିତ ବେଳେବେଳେ ବିନା ଛାତି ଯନ୍ତ୍ରଣାରେ ମଧ୍ୟ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୁଏ। କୌଣସି କାମ କରିବା ବିଶ୍ରାମ ବେଳେ ଏହି ଅସୁବିଧା ହୋଇଥାଏ।
୪. ବାନ୍ତି ଲାଗିବା ସହିତ ମୁଣ୍ଡ ବ୍ୟଥା ହୋଇଥାଏ : ଛାତିରେ ଯନ୍ତ୍ରଣା ସହିତ ବାନ୍ତି ଲାଗିବା ଏବଂ ମୁଣ୍ଡବ୍ୟଥା ହେବା ହାର୍ଟ ଆଟାକୁର ମଧ୍ୟ ଲକ୍ଷଣ ହୋଇପାରେ।
୫. କ୍ଲାନ୍ତି ଲାଗିବା: ଅଳ୍ପ ପରିଶ୍ରମରେ ଧଇଁସଇଁ ଲାଗିବା ସହିତ କ୍ଲାନ୍ତ ଲାଗିବା ମଧ୍ୟ ହାର୍ଟ ଆଟାକ୍ର ଏକ ପ୍ରମୁଖ ଲକ୍ଷଣ ହୋଇପାରେ। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ଲକ୍ଷଣ ଅଧିକ ମାତ୍ରାରେ ଦେଖାଯାଇଥାଏ।

ହାର୍ଟ ଆଟାକ୍ ଲକ୍ଷଣକୁ ଏସିଡିଟି ଭାବି ଅବହେଳା କରନ୍ତୁ ନାହିଁ
ଅଧିକାଂଶ ସମୟରେ ଛାତିରେ ହେଉଥିବା ଯନ୍ତ୍ରଣାକୁ ଲୋକମାନେ ଏସିଡିଟି ଭାବି ଅବହେଳା କରିଥାନ୍ତି। ହେଲେ ଆପଣ ସେ ଭୁଲ କରନ୍ତୁ ନାହିଁ। ଏସିଡିଟିରେ ପେଟ, ପାକସ୍ଥଳୀ ଓ ଖାଦ୍ୟନଳୀରେ ଜଳିଳା ଭଳି ଅନୁଭବ ହୋଇଥାଏ। ସାଧାରଣତଃ କିଛି ଖାଇବା ପରେ ଏହା ଅନୁଭବ ହୋଇଥାଏ। କିଛି ସମୟ ବିଶ୍ରାମ ନେବା ପରେ ଏହା ଆପେ ଆପେ ଭଲ ହୋଇଥାଏ। ହେଲେ ହାର୍ଟ ଆଟାକ୍ରେ ଛାତିରେ ନିୟମିତ ଯନ୍ତ୍ରଣା ହୋଇଥାଏ। ଯାହାକି ହାତ, ବେକ, ପିଠି ପଛ ଭାଗ ଏବଂ ମାଢ଼ିକୁ ମଧ୍ୟ ସଂଚାରିତ ହୋଇଥାଏ।

ଏସିଡିଟି ସମସ୍ୟା ପାଣି ପିଇବା ପରେ କିଛି ଗ୍ୟାସ ଔଷଧ ଖାଇବା ପରେ ଆପେ ଆପେ ଭଲ ହୋଇଥାଏ। ହେଲେ ହାର୍ଟ ଆଟାକ୍ରେ ନିୟମିତ ଯନ୍ତ୍ରଣା ହୋଇଥାଏ। କୌଣସି କାମ କରିବା ବେଳେ ଯନ୍ତ୍ରଣା ବଢ଼ିବା ସହିତ ଝାଳ ବାହାରିବା ଓ ଅଣ ନିଶ୍ବାସୀ ଲାଗିବା ଭଳି ଅନୁଭବ ହୋଇଥାଏ। ଏସିଡିଟି ସମସ୍ୟା କିଛି ଖାଇବା ପରେ ହୋଇଥାଏ ଯାହାକି ବିଶ୍ରାମ ନେବା ପରେ ଭଲ ହୋଇଥାଏ। କିନ୍ତୁ ହାର୍ଟ ଆଟାକ୍ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥାଏ ଏବଂ ଦୀର୍ଘ ସମୟ ଧରି ଏହା ରହିଥାଏ।

ଲକ୍ଷଣକୁ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ହାର୍ଟ ଆଟାକ୍ର ଲକ୍ଷଣକୁ ଆଦୌ ଅବହେଳା କରନ୍ତୁ ନାହିଁ। ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି ଏବଂ କୌଣସି କାମ କରିବାବେଳେ ଯନ୍ତ୍ରଣା ବଢ଼ିଯାଉଛି, ଏହା ସହିତ ଏହି ଯନ୍ତ୍ରଣା ହାତକୁ ପିଠି, ବେକକୁ ସଂଚାରିତ କରୁଛି ଏବଂ ଏହା ସହିତ ଝାଳ ବାହାରୁଛି ତେବେ ଏହାକୁ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଠିକ୍ ସମୟରେ ସଠିକ୍ ଚିକିତ୍ସା କରାଇ ନିଅନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button