ଏହି ମହିଳା ମାନେ ସୁଭଦ୍ରା ଯୋଜନାରୁ ହେବାକୁ ଯାଉଛନ୍ତି ବଞ୍ଚିତ ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଜାରି ହୋଇଛି ସୁଭଦ୍ରା ଯୋଜନା ଏସଓପି । ଆଗାମୀ ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ଏହି ସୁଭଦ୍ରା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସମସ୍ତ ମହିଳା ମାନଙ୍କୁ ସଶକ୍ତିକରଣ କରିବା ।
ତେବେ ଏସଓପି ଜାରି ହେବା ପରେ ସୁଭଦ୍ରା ଯୋଜନାକୁ ନେଇ ଥିବା ସମସ୍ତ ଦ୍ଵନ୍ଦ ଦୂର ହୋଇଛି । କେଉଁ ମହିଳା ମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ଆଉ କେଉଁ ମାନେ ଯୋଗ୍ୟ ବିବେଚିତ ହେବେ ନାହିଁ, ମନରେ ଏହାକୁ ନେଇ ଥିବା ସମସ୍ତ ପ୍ରଶ୍ନର ଅନ୍ତ ଘଟିଛି ।
ତେବେ ଜାଣନ୍ତୁ କେଉଁ ମହିଳା ମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ …….
ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ପ୍ରଥମେ ମହିଳା ଜଣଙ୍କ କୌଣସି ସରକାରୀ ଚାକିରିଆ ନ ହୋଇଥିବା ଆବଶ୍ୟକ । ଏବଂ କୌଣସି ସରକାରୀ ସ୍ତରରେ ଯଦି ତାଙ୍କୁ ମାସିକ ୧୮୦୦ ରୁ ୧୮୦୦୦ କିମ୍ବା ଏହା ତାହା ଠାରୁ ଉର୍ଦ୍ଧ୍ବ ଟଙ୍କା ପ୍ରାପ୍ତ ହେଉଥାଏ ତଥାପି ବି ସେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ ।
କେବଳ ଏତିକି ନୁହେଁ ଯଦି କୌଣସି ମହିଳା ବାର୍ଷିକ ଟ୍ୟାକ୍ସ ଦେଉଥାନ୍ତି ତେବେ ବି ସେ ସୁଭଦ୍ରା ଯୋଜନା ପାଇଁ ଉପଯୁକ୍ତ ହେବେ ନାହିଁ । ଆଉ ଯଦି ତାଙ୍କର ୫ ଏକର ପର୍ଯ୍ୟନ୍ତ ଜମି ରହିଛି ତେବେ ବି ସେ ସୁଭଦ୍ରା ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ । ଏପରିକି ଯଦି କେହି ପରିବାରରେ ପେନସନ କିମ୍ବା ଛାତ୍ରବୃତ୍ତି ପାଉଥାନ୍ତି ତାହେଲେ ବି ସେହି ପରିବାରର ସଦସ୍ୟ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିବେ ।