ଦେଶ ବିଦେଶ

୪ ସର୍ତ୍ତରେ ଲାଇଫ୍ ସପୋର୍ଟ ହଟିବ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅସାଧ୍ୟ ରୋଗ ଭୋଗୁଥିବା ରୋଗୀଙ୍କଠାରୁ ଲାଇଫ୍ ସପୋର୍ଟ ସିଷ୍ଟମ ହଟାଇବା ସମ୍ବନ୍ଧରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି।

ଏଥିରେ କୁହାଯାଇଛି ଯେ ଡାକ୍ତର ଭଲ ଭାବେ ବିଚାର କରିବା ପରେ ରୋଗୀର ଲାଇଫ୍ ସପୋର୍ଟ ସିଷ୍ଟମ ହଟାଇବା ଉଚିତ କି ନାହିଁ ସେନେଇ ନିଷ୍ପତ୍ତି ନେବେ।

ଏଥିରେ ରୋଗୀଙ୍କ ପରିବାର ଦ୍ୱାରା ଲିଖିତ ଆକାରରେ ଦିଆଯାଇଥିବା ସହମତି ମଧ୍ୟ ରହିବା ଜରୁରୀ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଏକ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । ଅକ୍ଟୋବର ୨୦ ସୁଦ୍ଧା ଡ୍ରାଫ୍ଟରେ ହିତାଧିକାରୀଙ୍କ ମତାମତ ଏବଂ ପରାମର୍ଶ ଆମନ୍ତ୍ରଣ କରାଯାଇଛି। ଯେଉଁ ଅବସ୍ଥାରେ ରୋଗୀଙ୍କର ମୃତ୍ୟୁ ଭବିଷ୍ୟତରେ ଅନିବାର୍ଯ୍ୟ ସେ କ୍ଷେତ୍ରରେ ଏହା ଲାଗୁ ହେବ।

ଏହି ନିର୍ଦ୍ଦେଶାବଳୀ ଚାରୋଟି ସର୍ତ୍ତଉପରେ ଆଧାରିତ। ବ୍ୟକ୍ତିବିଶେଷଙ୍କର ବ୍ରେନ୍ ଡ୍ରେନ୍ ଘୋଷିତ କରାଯାଇଛି କି ନାହିଁ। ଯଦି ହିଁ ତେବେ ଡାକ୍ତରଙ୍କ ଆକଳନ ଅନୁସାରେ ରୋଗୀଙ୍କର ଭବିଷ୍ୟତରେ ସ୍ବାସ୍ଥ୍ୟରେ ଉନ୍ନତି ହେବା ଅସମ୍ଭବ କ୍ଷେତ୍ରରେ ଏହା ଲାଗୁ ହେବ। ଏନେଇ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ନିର୍ଦ୍ଦେଶର ପ୍ରତିପାଳନ କରିବାକୁ ହେବ।

ଡ୍ରାଫ୍ଟ ଗାଇଡଲାଇନର ଉତ୍ତରରେ ଆଇଏମଏର ରାଷ୍ଟ୍ରୀୟ ସଭାପତି ଡ. ଆର.ଭି ଆସୋକନ କହିଛନ୍ତି, ଡାକ୍ତରଙ୍କ ଦ୍ବାରା
ଏହିପହି କ୍ଲିନିକାଲ ନିଷ୍ପତ୍ତି ସବୁବେଳେ ଭାବିଚିନ୍ତ ଗ୍ରହଣ କରାଯିବା ଆବଶ୍ୟକ। ଏନେଇ ରୋଗୀର ସମ୍ପର୍କୀୟଙ୍କୁ ମଧ୍ୟ ଅବଗତ କରାଇବା ଜରୁରୀ।

Related Articles

Leave a Reply

Your email address will not be published. Required fields are marked *

Back to top button