ଓଡିଶା

ଓଡ଼ିଶା ଛାଡ଼ିବାରେ ବିଳମ୍ବ କରୁଛି ମୌସୁମୀ: ୫ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଦେଶର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ଆଗାମୀ ଦୁଇଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାନା ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବ। ଆଗକୁ ଜାମ୍ମୁ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରୁ ମୌସୁମୀ ଛାଡ଼ିବା ସମ୍ଭାବନା ରହିଛି। ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍‌।

ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ; କିନ୍ତୁ ଚଳିତ ବର୍ଷ ୧୫ତାରିଖ ପୂର୍ବରୁ ମୌସୁମୀ ଫେରିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୧୫୦.୨ମି.ମି. ହେବା କଥା, କିନ୍ତୁ ୧୦୯୨ମି.ମି. ବର୍ଷା ରେକର୍ଡ ହୋଇଛି; ଯାହାକି ସ୍ବାଭାବିକରୁ ୫ପ୍ରତିଶତ ନିଅଣ୍ଟ।

ଏହି ସମୟ ମଧ୍ୟରେ ୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଦୁଇଟି ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। କେନ୍ଦୁଝର ଜିଲାରେ ସ୍ବାଭାବିକରୁ ୨୧% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଭଦ୍ରକ ୨୭, ଦେବଗଡ଼ ୨୩ ଏବଂ ଝାରସୁଗୁଡ଼ାରେ ୨୨ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଏହି ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲାଗୁଡ଼ିକରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ନୂଆପଡ଼ାରେ ସ୍ବାଭାବିକରୁ ୨୩% ଅଧିକ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସ୍ବାଭାବିକରୁ ୫୬% ଅଧିକ ବର୍ଷା ରେକର୍ଡ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button