ଦେଶ ବିଦେଶ

‘ମନ୍ କି ବାତ୍’ ପାଇଁ ୮୩୦ କୋଟି ଖର୍ଚ୍ଚ ! ଟ୍ବିଟ୍ ନେଇ ଗୁଜରାଟର ଆପ୍ ମୁଖ୍ୟଙ୍କ ବିରୋଧରେ ମାମଲା

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଉପରେ ପ୍ରଶ୍ନ ଉଠାଇବାରୁ ଆମ୍ ଆଦମୀ ପାର୍ଟି (ଆପ୍)ର ଗୁଜରାଟ ସଭାପତି ଇଶୁଦାନ ଗଢଭିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ପ୍ରଧାନମନ୍ତ୍ରୀ ପ୍ରତି ମାସରେ ରେଡିଓରେ ‘ମନ୍ କି ବାତ୍’ ଶୀର୍ଷକ ଏକ କାର୍ଯ୍ୟକ୍ରମ କରନ୍ତି। ଗତ ରବିବାର ଏହି କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପ୍ରସାରଣ ହୋଇଥିଲା |

ଇଶୁଦାନ ଗଢଭି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପାଇଁ ହେଉଥିବା ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ଏକ ଟ୍ବିଟ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମର ଏପର୍ଯ୍ୟନ୍ତ ୧୦୦ଟି ଅଧ୍ୟାୟ ପାଇଁ ୮୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ ଦାବି କରିଥିଲେ । ତେବେ ପରେ ଇଶୁଦାନ ତାଙ୍କ ଟ୍ୱିଟକୁ ଡିଲିଟ୍ କରି ଦେଇଥିଲେ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ‘ପିଆଇବି’ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆପ୍ ଗୁଜରାଟ ସଭାପତିଙ୍କ ଦାବିକୁ ଖଣ୍ଡନ କରିଥିଲା । ପିଆଇବି ପୋଷ୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ପାଇଁ ଏପର୍ଯ୍ୟନ୍ତ ୮.୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସୋମବାର ଗୁଜରାଟ ପୋଲିସର କ୍ରାଇମ ବ୍ରାଞ୍ଚ ଇଶୁଦାନ ଗାଢଭିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ନିକଟରେ ଗୁଜରାଟ ବିଜେପି ସଭାପତି ସି.ଆର୍ ପାଟିଲ ଏବଂ ଗୃହମନ୍ତ୍ରୀ ହର୍ଷ ସାଂଘଭିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଆପ୍ ନେତା ଗୋପାଳ ଇଟାଲିଆଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button