ଦେଶ ବିଦେଶ

ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ ମାମଲାରେ ଗୁଜରାଟ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ରାହୁଲଙ୍କୁ ଅନ୍ତିରିମ ଆଶ୍ୱସ୍ତି ଦେବାକୁ ମନା କରିବା ସହ ଦୋଷସିଦ୍ଧିରେ ରୋକ ଲଗାଇବା ପିଟିସନ ଉପରେ ଫଇସଲା ସୁରକ୍ଷିତ ରଖିଛନ୍ତି । ମାମଲାର ଅନ୍ତିମ ଶୁଣାଣୀ ପୂରଣ ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ଶୁଣାଣୀ ପୂରଣ ହେବା ପର୍ଯ୍ୟନ୍ତ ଫଇସଲାକୁ ସୁରକ୍ଷିତ ରଖାଯାଇଛି ଏବଂ ଛୁଟିରେ କୋର୍ଟ ଏହାର ଫଇସଲା ଲେଖିବ ବୋଲି ଜଷ୍ଟିସ ହେମନ୍ତ ପ୍ରଚ୍ଛକ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button