ଓଡିଶା

‘ପୁନଶ୍ଚ ପୃଥିବୀ’ ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ: ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ନିଶ୍ଚିତ ସଫଳ ହେବ। ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଏକଥା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଉଛି। ମୋର ଦୃଢ ବିଶ୍ୱାସ ଏହା ନିଶ୍ଚୟ ସଫଳ ହେବ।

ଏହା ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ।
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି କହିଛନ୍ତି, ୧୮୫୦ ମସିହାରେ ପୃଥିବୀର ସ୍ଥିତି ଯାହା ଥିଲା ଆଜି ତାହା ନାହିଁ। ଶିଳ୍ପବିପ୍ଳବ ପରେ ପରିବେଶ ପ୍ରଭାବିତ ହେଲା। ଶିଳ୍ପ ଓ ଶକ୍ତିର ଚାହିଦା ବଢିବାରେ ଲାଗିଲା। ଫଳରେ ବାୟୁମଣ୍ଡଳ ପ୍ରଭାବିତ ହେଲା। ଦିନକୁ ଦିନ ବିଶ୍ୱର ତାପମାତ୍ର ବଢିବାରେ ଲାଗିଛି। ଏବେ ଦିନ ଓ ରାତି ତାପମାତ୍ରାରେ ବ୍ୟବଧାନ ବଢୁଛି। ଗ୍ଲୋବାଲ ୱାର୍ମିଂ ପାଇଁ ବିଶ୍ବ ପ୍ରଭାବିତ ହେଉଛି।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button