ଦେଶ ବିଦେଶ

ଜି-୨୦ ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ – Utkal Mail


ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ରାଷ୍ଣର ଶୀର୍ଷ ନେତାମାନଙ୍କର ଦିଲ୍ଲୀରେ ଆସି ପହଞ୍ଚିବା ଆରମ୍ଭ ହୋଇଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଆସି ପହଞ୍ଚି ସାରଛନ୍ତି। ଏବେ ଏବେ ଦିଲ୍ଲୀରେ ଆସି ପହଞ୍ଚିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କ ପୁଅ ଜାଭିୟର ମଧ୍ୟ ଭାରତ ଆସିଛନ୍ତି। ବିମାନ ବନ୍ଦରରେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ୱାଗତ କରିଥିଲେ।

ଜି-୨୦ ଶିଖର ସମ୍ମିଳନୀ ପାଇଁ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତୈୟପ୍‌ ଏର୍ଡୋଗାନ୍‌ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି।
ପୂର୍ବରୁ ଭାରତରେ ଆସି ପହଞ୍ଚି ସାରିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ଜି-୨୦ ଶିଖର ବୈଠକ ପୂର୍ବରୁ ଫଳପ୍ରଦ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ଦ୍ୱିପାକ୍ଷିକ ବୈଠକ ଶେଷ କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୋଗାଯୋଗ, ବାଣିଜ୍ୟିକ ସଂଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସେମାନେ ଫଳପ୍ରଦ ଆଲୋଚନା କରିଛନ୍ତି।

ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହୟାନ୍‌ ଜି-୨୦ ଶିଖର ସମ୍ମିଳନୀପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।
ପୂର୍ବରୁ ପହଞ୍ଚି ସାରିଥିବା ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ବୈଠକ ଶେଷ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button